ଯାଜପୁର : ୫ /୮/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲାରେ ମହାପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କୁ ସହାୟତା ଦେବା ଲାଗି ଭାରତୀୟ ଜନତା ପାର୍ଟିର ପ୍ରତିନିଧି ମାନେ ବିଝାଁର ପୁର ବି.ଡି.ଓଙ୍କୁ ଭେଟି ଜିଲ୍ଲା ବିଜେପି ଉପସଭା ନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ଵରେ ବିଜେପିର ଏକ ପ୍ରତିନିଧି ଦଳ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ବିପନ୍ନ ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ । ବିଜେପି ପ୍ରତିନିଧି ଦଳ ଫଜଲ ପୁର,କୁସନ ପୁର, ଦଳଦି ଡିହ ଗ୍ରାମକୁ ଯାଇ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହାପରେ ପ୍ରତିନିଧି ଦଳ ଘାଇ ସ୍ଥାନ ପରିଦର୍ଶନ କରି ସ୍ଥିତି ପରକ୍ଷି ଥିଲେ । ଲୋକ ମାନେ ଜଳ ବନ୍ଦିରେ ରହିଥିବା ବେଳେ ସେମାନଙ୍କ ଘର ମାନଙ୍କରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇ ନ ଥିବା ବେଳେ ଘର ଭାଙ୍ଗି ଯାଇଥିବା ଲୋକ ମାନଙ୍କୁ ପଲିଥିନ୍ ଦିଆଯାଇନଥିବା ଅଭିଯୋଗ ହୋଇଛି ଯାହା ଫଳରେ ସେମାନେ ଘରେ ଘରେ ଏବଂ ସ୍କୁଲ ମାନଙ୍କରେ ମୁଣ୍ଡ ଗୁଞ୍ଜି ଛନ୍ତି । କେବଳ ଶୁଖିଲା ଖାଦ୍ୟ ଦିଆଯାଇଥିବା ଜଣାଯାଇଛି । ତୁରନ୍ତ ବନ୍ୟା କ୍ଷତି ଗ୍ରସ୍ତ ବିପନ୍ନ ମାନଙ୍କୁ ୭ଦିନ ପାଇଁ ରିଲିଫ୍ ଯୋଗାଇ ଦେବାକୁ ପ୍ରତିନିଧି ଦଳ ବି.ଡି.ଓଙ୍କୁ ଦାବି କରିଥିଲେ । ତହସିଲଦାରଙ୍କୁ ଭେଟି ବନ୍ୟା କ୍ଷତି ଗ୍ରସ୍ତ ପରିବାରକୁ ପଲିଥିନ୍ ଏବଂ ଗୋଖାଦ୍ୟ ଦାବି କରିଥିଲେ । ବନ୍ୟା ପାଣି ଛାଡିଲେ କୃଷି ସହାୟତା ରାଶି ପ୍ରଦାନ କରିଥିଲେ । ସପ୍ତାହ ମଧ୍ୟରେ ନାଉବାଙ୍କ ଘାଇ ବନ୍ଧାଇ ଲୋକ ଗମନା ଗମନ ପାଇଁ ଦାବି,ବନ୍ୟା ପାଣି ଛାଡିଯିବା ପରେ କ୍ଷୟକ୍ଷତିର କୃଷି ସହାୟତା ରାଶି ପ୍ରଦାନ କରିଥିଲେ । ପ୍ରତିନିଧି ଦଳ ମଧ୍ୟରେ ଭୁବନାନ୍ଦ ସାମଲ,ବଳରାମ ବଳ,ସୁସାନ୍ତ ସାମଲ,ଜଗତ ମୋହନ ସାହୁ, ଉମେଶ ସାହୁ,ରାଜେନ୍ଦ୍ର ବେହେରା, ଭରତ ମଲିକ,ତପନ ସ୍ୱାଇଁ, ପ୍ରଫୁଲ୍ଲ ରାଉତ, ଶିବ ପ୍ରସାଦ ସାହୁ ଯୋଗ ଦେଇଥିବା ବେଳେ ବିଝାଂର ପୁର ବି.ଡି.ଓ,ତହସିଲଦାର ବନ୍ୟା ବିପନ୍ନ ମାନଙ୍କୁ କ୍ଷୟକ୍ଷତି ସହାୟତା ରାଶି ଦେବା ସହିତ ଯୁଦ୍ଧ କାଳିନ ଭିତ୍ତିରେ ଦାବି ଗୁଡ଼ିକ ପୂରଣ ହେବ ବୋଲି ପ୍ରଶାସନ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ ।
ବି.ଡି.ଓଙ୍କୁ ଭେଟିଲେ ପ୍ରତିନିଧି ଦଳ ସହାୟତା ପାଇଁ ଦାବି
|
August 5, 2026 |



