ବାରବାଟୀ ସଂସ୍କୃତ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଚେତନତା’ କାର୍ଯ୍ୟକ୍ରମ

Spread the love

ଯାଜପୁର (ସନ୍ଧାନ ନ୍ୟୁଜ୍): ବାରବାଟୀ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ‘ଶକ୍ତିଶ୍ରୀ ସଚେତନତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଛାତ୍ରୀମାନଙ୍କ ସୁରକ୍ଷା, ସଚେତନତା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶମ୍ଭୁନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଧର୍ମଶାଳା ଥାନାର ପୋଲିସ ଏସ୍‌ଆଇ ଅରୁଣିମା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ସୁରକ୍ଷା, ଆଇନଗତ ଅଧିକାର, ନିଜକୁ ସୁରକ୍ଷିତ ରଖିବାର ଉପାୟ ଏବଂ ବିପଦ ସମୟରେ ପୋଲିସର ସହାୟତା ନେବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ମିନି ଗାଗରାଇ ଓ ଲାଲମୋହନ ସାହୁ ଯୋଗଦେଇ ଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ସଚେତନତା ଓ ଆତ୍ମବିଶ୍ୱାସ ବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ରଶ୍ମିରେଖା ସିଂହ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଶକ୍ତିଶ୍ରୀ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ସଭାକୁ ଅଧ୍ୟାପକ ବିଜୟ କୁମାର ନାୟକ ପରିଚାଳନା କରିଥିବା ବେଳେ ଅଧ୍ୟାପକ ମୋହନ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସରୋଜ କୁମାର ସାରଣ, ପ୍ରାଣକୃଷ୍ଣ ବାରିକ, ରଘୁନାଥ ପରିଡ଼ା, ସରୋଜ କୁମାର ପ୍ରଧାନ, ସ୍ମିତା ପାଢ଼ିହାରୀଙ୍କ ସମେତ ମହାବିଦ୍ୟାଳୟର ବହୁ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ନିଜ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନ ହେବା ସହିତ କୌଣସି ଅସୁବିଧା କିମ୍ବା ନିର୍ଯାତନାର ସମ୍ମୁଖୀନ ହେଲେ ଭୟଭୀତ ନହୋଇ ଉପଯୁକ୍ତ ଆଇନଗତ ଓ ପ୍ରଶାସନିକ ସହାୟତା ନେବାକୁ ଆହ୍ୱାନ କରାଯାଇଥିଲା।

Related Posts

About The Author

Add Comment