ଭୁବନେଶ୍ୱର, ୨୦/୦୩ (ସନ୍ଧାନ ନିୟୁଜ ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ସ୍ଥଗିତ ରଖା ଯାଇଥିବା ବେଳେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ ଫାଇନାଲ ପରୀକ୍ଷାକୁ ଆସନ୍ତା ସୋମବାରଠୁ ସ୍ଥଗିିତ ରଖାଯାଇଛି। ଆଜି ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Related Posts
ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ପରିସର ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦେଶସାନୁସାରେ ସ୍ୱଚ୍ଛ ପର୍ବ ପାଳନ
ଝଡ଼ବର୍ଷା, ବଜ୍ରପାତ ଜନିତ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ଦେଶରେ ୨ୟ
କୋତପୁର ମେଡିକାଲରେ ରହୁନାହାନ୍ତି ଡାକ୍ତର, ଅଭିଯୋଗ କଲେବି ରାଜ୍ୟ ସରକାର ତାଙ୍କର କିଛି କରିପାରିବେନି ବୋଲି ମିଳେ ନାମଜାଦା ଉତ୍ତର



