ବାତ୍ୟା ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ଦେଲେ ଦୂତି ଚାନ୍ଦ

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର, ୮/୫ (ସନ୍ଧାନ ନିୟୁଜ): ବାତ୍ୟା ‘ଫନି’ ପୀଡିତଙ୍କ ପାଇଁ ଓଡିଆ ଦୌଡରାଣୀ ଦୂତି ଚାନ୍ଦ ସହାୟତାର ହାତ ବଢାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଦୂତି ଅର୍ଥରାଶି ଦେବା ପରେ ନିଜ ଫେସବୁକ ଆକାଉଣ୍ଟସ୍‌ରେ ସେୟାର କରି ସମସ୍ତଙ୍କୁ ସାହାଯ୍ୟ ପାଇଁ ମଧ୍ୟ ନିବେଦନ କରିଛନ୍ତି। ରାଜ୍ୟକୁ ପୁଣି ଥରେ ନୂତନ ଭାବେ ଗଢି ତୋଳିବାକୁ ପ୍ରୟାସ କରିବା ପାଇଁ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ଦୂତି। ଭୟଙ୍କର ସାମୁଦ୍ରିକ ଝଡ ‘ଫନି’ ସବୁକିଛି ଛାରଖାର କରି ଚାଲିଯିବା ପରେ ଭୁଷୁଡି ପଡିଥିବା ଉପକୂଳ ଓଡିଶାକୁ ପୁଣି ଥରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରୟାସ କରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଛତିଶଗଡ଼, ଉତ୍ତରପ୍ରଦେଶ, ମହାରାଷ୍ଟ, ତାମିଲନାଡୁ, କେରଳ ଓ ଆନ୍ଧ୍ରପ୍ରଦେଶ ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଆଉ ୧୩୪୧ କୋଟି ଟଙ୍କାର ସହାୟତା ରାଶି ମଂଜୁର କରିଥିବା ଘୋଷଣା କରିଛନ୍ତି।

Related Posts

About The Author

Add Comment