ବାଞ୍ଛାନିଧି ମଠର ୫୦ ତମ ଗୀତା ମହାଯଜ୍ଞ ଅନୁଷ୍ଟିତ

Spread the love
  •  
  •  
  •  
  •  
  •  

ଯାଜପୁର ସଦର ୫/୨ (ସନ୍ଧାନ ନିୟୁଜ/ଗୋପିନାଥ ଦାଶ) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତର ବାଞ୍ଛାନିଧି ମଠ ପରିଶରରେ ୫୦ ତମ ବାର୍ଷିକ ଗୀତା ମହାଯଜ୍ଞ ଅନୁଷ୍ଟିତ ହେଉଥିବା ବେଳେ, ଆଜି ଗୀତା ମହାଯଜ୍ଞର କଳସ ଅଧିବାସ କରାଯାଇ ଯଜ୍ଞ ମଣ୍ଡପ ପରିଶରରେ କଳସ ସ୍ଥାପନ କରାଯିବା ସହିତ ବାବା ପରମନାରାୟଣ ଦାସଙ୍କ ତତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ଅନୁଷ୍ଟିତ ହେଉଚି । ବାର୍ଷିକ ଗୀତା ମହାଯଜ୍ଞ ଛଅ ଦିନ ଧରି ବିଶ୍ୱର କଲ୍ୟାଣ ନିମନ୍ତେ ଏହି ମହାଯଜ୍ଞ ଅନୁଷ୍ଟିତ କରାଯାଉଚି । ବରିଷ୍ଟ ପଣ୍ଡିତ ମାନଙ୍କୁ ନେଇ ଯଜ୍ଞ ମଣ୍ଡପ ପରିଶରରେ ସୂର୍ଯ୍ୟପୂଜା, ଗୋପୂଜା, ଅଙ୍କୁରାରୋପଣ କରାଯାଇ ତା ୫/୨ବୁଧବାର ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ ଅହୁତି ପ୍ରଦାନ, ତା ୯/୨ ରିଖ ରବିବାର ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ କରାଯିବା ସହିତ ମଠ ପରିଶରରେ ସାଂସ୍କୃତିକ ନାଟକ ମଞ୍ଚସ୍ତ କରାଯାଉଥିବା କମିଟି ତରଫରୁ ଗଣମାଧ୍ୟମକୁ ସୂଚନା ଦେିଆଯାଇଚି । ବଡ଼ବାଲିକୁଦା ଗ୍ରାମବାସୀ ମାନଙ୍କ ସାହାଯ୍ୟ ସହଯୋଗରେ ଯଜ୍ଞକାର୍ଯ୍ୟ ଛଅ ଦିନ ଧରି ଅନୁଷ୍ଟିତ ହେଉଚି । ହଜାର ହଜାର ଭକ୍ତ ସମାଗମକୁ ଆଖିଆଗରେ ରଖାଯାଇ କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଚି । ଶାନ୍ତି ଶୃଙ୍ଖଳା ସହିତ ଯଜ୍ଞ ଅନୁଷ୍ଟିତ ହେବ ବୋଲି କମିଟିର ଗ୍ରାମବାସୀ ବାବା ପରମନାରାୟଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment