(ସନ୍ଧାନ ନିଉଜ ୨୩ ମାର୍ଚ୍ଚ ୨୦୧୨) – ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା କେନାଲ କଲୋନୀ ରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ବହୁ ପୁରୁଣା ମୂଲ୍ୟବାନ ଇଉକାଲିପଟାସ ଗଛ ସବୁ ଅଛି , ତେବେ କିଛିଦିନ ହେଲା ଏହି ସବୁ ଗଛ କଟାଯିବାର ଦୃଶ୍ୟ ନିକଟସ୍ଥ ଗ୍ରାମ ବାସୀଙ୍କ ନଜରରେ ଆସିବାରୁ ଏତେ ପୁରୁଣା ମୂଲ୍ୟବାନ ଗଛ ସବୁ କୋଉ କାରଣରୁ କିମ୍ବା କାହା ନିର୍ଦେଶରେ କଟାଯାଉଛି ବୋଲି ସେମାନଙ୍କ ମନରେ ପ୍ରଶ୍ନ ଉଠିଥିଲେ ସୁଦ୍ଧା ସେମାନେ କିଛି ସଠିକ ଖବର ଜାଣି ପାରୁନାହାନ୍ତି , ତେବେ ଏହି ବିଷୟରେ ପପଙ୍ଗା ବନଖଣ୍ଡ ଅଧିକାରୀଙ୍କୁ ପଚାରିବାପରେ ସେ ତାଙ୍କ କର୍ମଚାରୀ ପଠେଇ ଏହି ବିଷୟରେ ଅବଗତ ହେବେ ବୋଲି କହି ଥିଲେ ତେବେ ଚାରିଦିନ ବିତିଯାଇଥିଲେ ସୁଦ୍ଧା ବନଖଣ୍ଡ କାର୍ଯ୍ୟାଳୟ ଠାରୁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନାହିଁ , ଏବେସୁଦ୍ଧା ଗଛକଟା ସେହିପରି ଭାବେ ଚାଲୁ ରହିଛି , ବଡ ବଡ କାଠଗଣ୍ଡି ସେହିସ୍ଥାନରେ ପଡିଥିବା ଦେଖିବାକୁ ମିଳିଛି , ତେବେ ଯେତେଶୀଘ୍ର ସମ୍ଭବ ଏବିଷୟରେ କିଛି ପଦକ୍ଷେପ ନନେଲେ ଏତେ ବର୍ଷ ପୁରୁଣା ମୂଲ୍ୟବାନ ଗଛସବୁ ନଷ୍ଟ ହୋଇଯିବାର ଆଶଙ୍କା ରହିଛି , ତେବେ ଶିଘ୍ରତିଶିଘ୍ର ଏବିଷୟରେ କିଛି ପଦକ୍ଷେପ ନେବାପାଇଁ ପ୍ରଶାସନ ପକ୍ଷରୁ ଦାବି ହେଉଛି I
ବରଗଡ ପପଙ୍ଗା କେନାଲ କଲୋନୀ ରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ କଟା ଚାଲିଛି , ସବୁଦେଖି ପ୍ରଶାସନ ନିରବ
ବରଗଡ ପପଙ୍ଗା କେନାଲ କଲୋନୀ ରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ କଟା ଚାଲିଛି , ସବୁଦେଖି ପ୍ରଶାସନ ନିରବ

Related Posts
ସରକାରୀ ସ୍କୁଲରେ ପାଠ ପଢ଼ି ବିନା ଟ୍ୟୁସନ ଓ କୋଚିଂରେ ଓଜେଇଇ ପରୀକ୍ଷାରେ ପ୍ରଥମ ପ୍ରୟାସରେ ଜସ୍ମିନଙ୍କ ସଫଳତା
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗ ର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୁତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ*


