ସୁନ୍ଦରଗଡ଼ ତା:୦୨-୦୫-୨୦୨୬ରିଖ (ସନ୍ଧାନ ନ୍ୟୁଜ )ପୁରୁଣା କଳି କୁ କେନ୍ଦ୍ର କରି ବଡ ମା କୁ କାଠ ଫାଳ ରେ ମାରିଲା ପୁତୁରା l କାଠ ଫାଳ ର ଆଘାତରେ ମୁଣ୍ଡ ଓ ଗାଲରେ କ୍ଷତ ହୋଇ ରକ୍ତାକ୍ତ ହୋଇଥିବା ଦେଖି ତୁରନ୍ତ ୧୦୮ଆମ୍ବୁଲାନ୍ସ କୁ ଫୋନ କରି ପ୍ରଥମେ ସବଡେଗା ଡାକ୍ତରଖାନା ପରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା l ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ପରୀକ୍ଷା କରିବା ପାଇଁ ସବୁ ପ୍ରକାର ସୁବିଧା ନ ଥିବାରୁ ରାଉଲକେଲା ଜୟ ପ୍ରକାଶ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ଟିଠେଇଟାଙ୍ଗର (ବସ୍ତି )ଗ୍ରାମ ର ଶ୍ରୀ ମତି ମାନ୍ତି ମାରିୟମ ଡୁଙ୍ଗଡୁଙ୍ଗ (୬୫)ନିଜ ଘର ଦ୍ୱାର ରେ ବସିଥିବା ସମୟ ରେ ଶ୍ରୀ ମତି ମାନ୍ତି ମାରିୟମ ଡୁଙ୍ଗ ଡୁଙ୍ଗ ଙ୍କ ପୁତୁରା କୁଆଡୁ ହଠାତ ଏକ କାଠଫାଳ ଧରି ଆସି ମାନ୍ତି ମାରିୟମ ଙ୍କ ଉପରେ ପ୍ରହାର କଲା l ପ୍ରହାର କରିବା ଯୋଗୁଁ ମାନ୍ତି ମାରିୟମ ଙ୍କ ମୁଣ୍ଡ ରେ ଓ ଗାଲ ଆଘାତ ହୋଇଥିବା ସୂଚନା ମିଳିଛି l ତଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଲିଖିତ ଅଭିଯୋଗ ପାଇ ତଲସରା ଥାନା ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି l
ପୁରୁଣା କଳି କୁ କେନ୍ଦ୍ର କରି ବଡ଼ ମା ଓ ପୁତୁରା ର ମାଡ ଗୋଲ, ଥାନା ରେ ଲିଖିତ ଅଭିଯୋଗ
|
May 2, 2026 |



