ପାଳିଆ ବିନ୍ଧା ପଞ୍ଚାୟତ ରେ କେବେ ଖୋଲିବ ପ୍ରାଣୀ ସହାୟକ କେନ୍ଦ୍ର।

Spread the love

ତିହିଡି ୨୧/୪/୨୬ (ସନ୍ଧାନ ନ୍ୟୁଜ )  ତିହିଡି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ୨୦୧୪ ମସିହା ରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସ୍ବର୍ଗତ ଅର୍ଜୁନ ଚରଣ ସେଠୀ ଙ୍କ ଦ୍ଵାରା ଉଦଘାଟିତ ହୋଇ ଥିଲା। ଏହା ଭିତରେ ବାର ବର୍ଷ ବିତି ଯାଇଥିବା ବେଳେ ଉକ୍ତ ପ୍ରାଣୀ କେନ୍ଦ୍ର କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ପାଳିଆ ବିନ୍ଧା ପଞ୍ଚାୟତ ର ଯେଉଁ ତୁଙ୍ଗ ନେତାମାନେ ଅଛନ୍ତି ସେମାନଙ୍କ ମଧ୍ୟରେ ଯଶୋଦା ମଲ୍ଲିକ, ଉଷା କାନ୍ତ ନାୟକ, ସ୍ବର୍ଗତ ବସନ୍ତ କୁମାର ନାୟକ, ନବକିଶୋର ମଲ୍ଲିକ, ଜୀବନ ଜ୍ୟୋତି ପଲେଇ, ପ୍ରଶାନ୍ତ ପଲେଇ, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଅଭିମନ୍ୟୁ ମହାନ୍ତି ଅନ୍ୟତମ। ଏତେ ଟାଣୁଆ ନେତା ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରାଣୀ ସହାୟକ କେନ୍ଦ୍ର ଟି କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଆମ ଦୈନିକ ଖବର କାଗଜ ର ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ଙ୍କ ପ୍ରଶ୍ନ ର ଉତ୍ତର ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ସଠିକ୍ ଭାବେ ଦେଇ ପାରି ନ ଥିଲେ। ପାଳିଆ ବିନ୍ଧା ରେ କେବେ କାର୍ଯ୍ୟ କାରୀ ହେବ ପ୍ରାଣୀ ସହାୟକ କେନ୍ଦ୍ର? ଏହି ପ୍ରଶ୍ନ ଆଜି ସବୁଜନ ସାଧାରଣ ଙ୍କ ମନ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ପାଳିଆ ବିନ୍ଧା ରେ ପ୍ରାଣୀ ସହାୟକ କେନ୍ଦ୍ର ନ ହେବ ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘର ତିଆରି କରିବା କଣ ଆବଶ୍ୟକ ଥିଲା। ଏବେ ବି ସମୟ ଅଛି ଦଳ ମତ ନିର୍ବିଶେଷେ ସବୁ ନେତା ମାନେ ଏକଜୁଟ ହୋଇ ପାଳିଆ ବିନ୍ଧା ପଞ୍ଚାୟତ ର ଥିବା ପ୍ରାଣୀ ସହାୟକ କେନ୍ଦ୍ର କୁ କାର୍ଯ୍ୟକାରୀ କରାଇବା ଦିଗ ରେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କଲେ ପାଳିଆ ବିନ୍ଧା ପଞ୍ଚାୟତ ର ଜନସାଧାରଣ ଉପକୃତ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment