ନଳକୂପ ପାଣି ବାଣ୍ଟୁଛି ରୋଗ ଖନନ ଠାରୁ ପିଣ୍ଡି ନିର୍ମାଣରେ ଦୁର୍ନୀତିର ଗନ୍ଧ

Spread the love
  •  
  •  
  •  
  •  
  •  

ବାରିପଦା, ୧୦/୦୮/୨୦୨୦ (ସନ୍ଧାନ ନିଉଜ):- ସଂକ୍ରାମକ ରୋଗ ଠାରୁ ଆରମ୍ଭ କରି ଦୁରାରୋଗ୍ୟ ରୋଗ ଦୂଷିତ ପାଣି ସେବନ ପାଇଁ ହୋଇଥାଏ । ସରକାର ଏଥିପାଇଁ ବିଶୁଦ୍ଧ ପାଣି ସେବନ ପାଇଁ ସଚେତନ କରୁଥିବା ବେଳେ ସ୍ବତନ୍ତ୍ର ବିଭାଗ ଆନୁକୂଲ୍ୟରେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ କିପରି ଜନସାଧାରଣ ସ୍ବଚ୍ଛ ପାନୀୟ ଜଳ ପାଇବେ ସେ ନେଇ ପର୍ଯ୍ୟାପ୍ତ ଅନୁଦାନ ଯୋଗାଉଛନ୍ତି । ପରନ୍ତୁ ତାହି। ବାସ୍ତବ କ୍ଷେତ୍ରରେ କିପରି କାର୍ଯ୍ୟକାରୀ ହେଉଛି ତା’ର ନିଚ୍ଛକ ଉଦାହରଣ ସାଜିଛି ମୟୂରଭଞ୍ଜ ଜିଲା ।

          ବଡ଼ସାହି ବ୍ଲକର ମାନଗୋବିନ୍ଦପୁର ପଞ୍ଚାୟତ, ୫ ନଂ ଓ୍ବାର୍ଡରେ ଥିବା ନଳକୂପ ବନ୍ୟାଞ୍ଚଳ ପାଇଁ  ବର୍ଷକ ତଳେ ସ୍ଥାପିତ ନଳକୂପ ଭଚ୍ଚପିଣ୍ଡି ନିର୍ମାଣ ହୋଇଥିଲା । ପରନ୍ତୁ ନିମ୍ନମାନର କାର୍ଯ୍ୟ ପାଇଁ କିଛି ମାସ ଗଲା ପରେ  ଅଧା ପିଣ୍ଡି ଭୁଶୁଡ଼ି ପଡ଼ିଛି । ନଳକୂପରୁ  ଅବ୍ୟବହୃତ ଦୂଷିତ ପାଣି ପୂଣି ମୂଳକୁ ପଶି ଏକଚକ୍ର ଦ୍ବାରା ଲୋକଙ୍କ ପିଇବା ଯୋଗ୍ୟ ହେଉଛି । ଜଳସମସ୍ୟା ଦୂର ପାଇଁ ଏହି ୱାର୍ଡରେ ନଳକୂପ ପ୍ରତିଷ୍ଠା ପରେ ସମସ୍ତେ ଖୁସି ହୋଇଥିଲେ। ମାତ୍ର  ବର୍ତ୍ତମାନ ଦୂଷିତ ପାଣି ସେମାନଙ୍କ ଘରେ ଘରେ ରୋଗ ବାଣ୍ଟୁଛି । ଚୁଲିରେ ବସିଥିବା ହାଣ୍ଡିରୁ ଗୋଟିଏ ଚାଉଳ  ପରଲେ ଯେପରି ଭାତର ମାନ ଜଣାପଡ଼େ, ସେହିପରି ବଡ଼ସାହି ବ୍ଲକର  ୩୦ଟି ପଞ୍ଚାୟତରେ ନଳକୂପ ଖନନ ଠାରୁ ସ୍ଥାପନରେ ହୋଇଥିବା ମହାଦୁର୍ନୀତି ଚଦନ୍ତ ହେଲେ ଜଣାପଡ଼ିବ । ଗ୍ରାମ୍ୟ ଜଳପରିମଳ ବିଭାଗ ଓ ପଞ୍ଚାୟତର ମିଳିତ ଆନୁକୁଲ୍ୟରେ ନିର୍ମାଣ ହେଉଛି ଏପରି ପ୍ରକଳ୍ପ ପଞ୍ଚାୟତର ଅର୍ଥରେ ଠିକାଦାର କାର୍ଯ୍ୟ କରୁଥଇବା ବେଳେ ତା’ର ଅଟକଳ ଠାରୁ ବିଲ ମଞ୍ଜୁରୀ      ଦାୟିତ୍ବ ବିଭାଗର । ଗୋଟିଏ ନଳକୂପ ଖନନ ସହିତ ପିଣ୍ଡି ନିର୍ମାଣ ପାଇଁ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ ଥିବା ବେଳେ ଅଧାରୁ କମ ଅର୍ଥ ଖର୍ଚ୍ଚ ପରେ ଆତ୍ମସାତ ହେଉଛି । ଯାହା  ଫଳରେ ପ୍ରକଳ୍ପର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରକଳ୍ପ ନିର୍ମାଣର ଅଳ୍ପ ସମୟ ସୀମା ମଧ୍ୟରେ ମାନଗୋଳିନ୍ଦପୁରର ଏହି ନଳକୂପ ଭଳି  ହେଉଛି । ଅନେକ ସ୍ଥାନରେ ପିଣ୍ଡି ଠିକ  ଥିଲେ ହେଁ  ଖନନ ସମୟରେ ଅଳ୍ପ ଗଭୀର ଯାଏ ପାଇପ ଦେଉଥିବାରୁ ବର୍ଷର ସବୁ  ସମୟରେ ପାଣି ଯୋଗାଉନାହିଁ । ବର୍ଷା ଦିନରେ କାଦୁଅ ମିଶା ପାଣି ପ୍ରାୟ ଶତା ଧିକ ନଳକୂପରେ ବାହାରୁଛି । ବଡ଼ସାହି ବ୍ଲକର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ପ୍ରଧାନଙ୍କୁ ମାନଗୋବିନ୍ଦପୁର ପଞ୍ଚାୟତର ନଳକୂପ ଅବ୍ୟବସ୍ଥା ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ ଖବର ନାହିଁ କହିଛନ୍ତି । ପଞ୍ଚାୟତ ଖବର ଦେଲେ ଦେବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ମହାନ୍ତଙ୍କୁ ପଚାରିବାରୁ, “ମୁଁ ଏବେ ଦାୟିତ୍ବ ନେଇଛି,  କିଏ ନିର୍ମାଣ କରିଥିଲା ଜାଣିନି । ତେବେ ମରାମତି ପାଇଁ ଅଟକଳ ପ୍ରସ୍ତୁତି ପରେ ସରପଞ୍ଚଙ୍କ ନିର୍ଦ୍ଦେଶରେ ସେ ବ୍ଲକକୁ ପଠାଇଛନ୍ତି ବୋଲି କହିଛନ୍ତି । ବିଭାଗ ପଞ୍ଚାୟତ ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ଲାଗିଥିବା ବେଳେ ନଳକୂପ ଉପରେ  ନିର୍ଭରଶୀଳ ଜନସାଧାରଣ ପାଣିରୁ  ରୋଗକୁ ଆମନ୍ତ୍ରଣ କରୁଛନ୍ତି ବୋଲି  ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

Related Posts

About The Author

Add Comment