ଧର୍ମଶାଳା ବ୍ଲକ ପରିସରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅଧୀନରେ ‘ସେବା ସେତୁ’ ଶିବିର ଆୟୋଜିତ

Spread the love

ଯାଜପୁର : ୩୦/୯/୨୬ (ସନ୍ଧାନ ନ୍ୟୁଜ)   ଆଜି ଧର୍ମଶାଳା ବ୍ଲକ ପରିସରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅଧୀନରେ ‘ସେବା ସେତୁ’ ଶିବିର ଆୟୋଜିତ ହୋଇଥିଲା। ଧର୍ମଶାଳା, ବଡ଼ଚଣା ଓ ରସୁଲପୁର ବ୍ଲକର ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀମାନେ ଶିବିରରେ ଅଂଶଗ୍ରହଣ କରି ନିଜ ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ୍‌ରେ ଜନସାଧାରଣଙ୍କ ସମସ୍ୟାର ଶୁଣାଣି ଓ ସମାଧାନ ସହିତ ବିଭିନ୍ନ ସରକାରୀ ଯୋଜନା, ସେବା ଓ ସୁବିଧା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସୋଲାର ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ। ଏହି ଅବସରରେ ଜିଲ୍ଲାପାଳ, ପୋଲିସ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ, ବିଡିଓଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Related Posts

About The Author

Add Comment