ଦଧିବାବନ ଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ

Spread the love

ଯାଜପୁର, : ୩/୭/୨୬ (ସନ୍ଧାନ ନ୍ୟୁଜ )  ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ଅନ୍ତର୍ଗତର ବନ୍ଧଡିହ ପଞ୍ଚାୟତର ଭଗବତୀ ଗ୍ରାମର ବ୍ରାହ୍ମଣ ସାହିରେ ଦଧିବାବନ ଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ କରାଯାଇଥିବା ବେଳେ ଏହି ଅବସରରେ ଜୀଉ ମାନଙ୍କୁ ସ୍ନାନ ବେଦୀ ମଣ୍ଡପକୁ ଅଣାଯାଇ ପଇଡ଼ ଜଳ ଏବଂ ସୁବାସିତ ଜଳରେ ଦିଅଁ ମାନଙ୍କୁ ସ୍ନାନ କରାଯାଇ ମଣ୍ଡପରେ ବିଜେ କରାଯାଇଥିଲା । ଏହି ଅବସରରେ ପଣ୍ଡିତ ସୁଦର୍ଶନ ପାଢୀଙ୍କ ତତ୍ତ୍ଵା ଅବଧାନରେ ବେଦ ପାଠ ସୋଡଶ ପଞ୍ଚ ଉପଚାରରେ ଦିଅଁ ମାନଙ୍କୁ ପୂଜା କରାଯାଇଥିବା ବେଳେ ପୁରସ୍ତମ ଦାଶଙ୍କ ତତ୍ୱ ଅବଧାନରେ ସ୍ନାନ ଯାତ୍ରା ଅନୁଷ୍ଠିତ କରାଯାଇଥିବା ବେଳେ କର୍ତ୍ତା ବ୍ରଜ କିଶୋର ଦାଶ ସଂକଳ୍ପ କରିବା ସହିତ ଆସନ ସୁଧିନ୍ୟାସ ଏବଂ ବେଦ ଉଚ୍ଚାରଣ କରାଯାଇ ମହାପ୍ରଭୁଙ୍କୁ ସୁସୋଜିତ ଫୁଲ ମାଳରେ ସଜାଯାଇ ହୁଳହୁଳି ଶଙ୍ଖ ନାଦରେ ମନ୍ତ୍ର ଉଚ୍ଚାରଣ କରାଯିବା ସହିତ ମଙ୍ଗଳାଷ୍ଟିକ ପାଠ କରାଯାଇଥିଲା । ଦାଶ ପରିବାରଙ୍କ ପକ୍ଷରୁ ସ୍ନାନ ଯାତ୍ରା ଅନୁଷ୍ଠିତ କରାଯାଇ ଥିବା ବେଳେ ସେମାନେ ହେଲେ ବିଷ୍ଣୁ ଚରଣ ଦାଶ, ଅନନ୍ତ ଦାଶ,ପୁରସ୍ତମ ଦାଶ,କାହ୍ନୁ ଚରଣ ଦାଶ,ବ୍ରଜ କିଶୋର ଦାଶ, ଗୋପିନାଥ ଦାଶ, ଆମର ଦାଶ, ଅଜୟ ଦାଶ, ପ୍ରଫୁଲ୍ଲ ଦାଶ ଦାଶ ପରିବାରଙ୍କ ପକ୍ଷରୁ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଇ ଅଣସର ଘରକୁ ମହା ପ୍ରଭୁଙ୍କୁ ନିଆଯାଇ ମହା ପ୍ରଭୁ ଜ୍ଵରରେ ପିଡ଼ିତ ହୋଇ ସଜ୍ଯାସାଇ ହୋଇଥିବା ବେଳେ ପୁଣି ମହାପ୍ରଭୁ ମଣ୍ଡପକୁ ବିଜେ କରିବେ ।

Related Posts

About The Author

Add Comment