ସୁନ୍ଦରଗଡ଼ ତା:୦୩-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ରାଜ୍ୟରେ ତଥା ଦେଶରେ ଭାରତୀୟ ଜନତାପାର୍ଟି ର ଡବଲ ଇଞ୍ଜିନ ସରକାର ଚାଲୁଥିବା ବେଳେ କେତେକ ଗ୍ରାମାଞ୍ଚଳର ଜନସାଧାରଣ ସରକାର ଙ୍କ ଠାରୁ ମିଳୁଥିବା ମୌଳିକ ସୁବିଧା ରୁ ବଞ୍ଚିତ ରହିଯାଇଥିବା ସୂଚନା ମିଳିଛି l ପାଇଥିବା ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତର ବରହାଡେ଼ମା ଗ୍ରାମ ଠାରେ ଏକ ଝରିଆ ନାଳରେ ଅନେକ ସମୟ ଧରି ପୋଲ ନ ଥିବା କାରଣରୁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଏହି କ୍ରମରେ ଲୋକେ ଯାତାୟତ ପାଇଁ ଅନେକ ଅସୁବିଧା ଭୋଗୁଛନ୍ତି l ଏହି ଗ୍ରାମ ଜଙ୍ଗଲ ଭିତରେ ରହିଥିବା ବେଳେ ପ୍ରଶାସନର ନଜର ଏଠାରେ ନ ପଡିବାରୁ ଏଠାକାର ଲୋକେ ସରକାର ଙ୍କ ଠାରୁ ମିଳୁଥିବା ମୌଳିକ ସୁବିଧା ରୁ ବଞ୍ଚିତ ରହିଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ପ୍ରକାଶ l ଏଠାରେ ଥିବା ଏକ ଝରିଆ ନାଳ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ଏଠାକାର ଲୋକେ ଅନେକ ଥର ସରକାର କୁ ଦରଖାସ୍ତ, ଚିଠି ମାଧ୍ୟମରେ ଗୁହାରି ଜଣାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳୁନି l ଗ୍ରାମ ର ଏପଟେ ଅଙ୍ଗନବାଡି, ବିଦ୍ୟାଳୟ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଥିବା ବେଳେ ଆର ପଟ ର ବିଦ୍ୟାର୍ଥୀ ଛାତ୍ର ଛାତ୍ରୀ ତଥା ରୋଗୀ ଲୋକେ ସେ ପଟ କୁ ଯାଇ ନ ପରି ଅସୁବିଧା ଭୋଗୁ ଥିବା କହିଛନ୍ତି ଜନ ସାଧାରଣ l ବର୍ଷା ଦିନ ସମୟ ରେ ଝରିଆ ନାଳ ରେ ପାଣି ଭରି ଗଲେ ଯିବା ଆସିବା ଠପ୍ ହୋଇଯାଇଥାଏ । ବର୍ଷା ଦିନରେ ବିଶେଷ କରି ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି । ଅତିଶୀଘ୍ର ଏହାର ରୀତିମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରୁଥିବା ଜଣାପଡିଛି ।
ତଲସରା ପଞ୍ଚାୟତ ବରହାଡେ଼ମା ଗ୍ରାମରେ ଲୋକେ ମୌଳିକ ସୁବିଧା ରୁ ବଞ୍ଚିତ
|
June 3, 2026 |



