ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ 

Spread the love
 ବାଲିଗୁଡା,  : ୨୬/୭/୨୬ (ସନ୍ଧାନ ନ୍ୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଡାମେରିକିଆ ନିକଟ ମାରବାଲି ଠାରେ ସାରଙ୍ଗଗଡ଼ ପାଟ୍ଟଖଣ୍ଡା ସାହିର ବଶିଷ୍ଠ ପାତ୍ରଙ୍କ ପୁଅ କିରଣ ସିଂ ପାତ୍ର (୨୫) ଓ ଜିରିଡିକିଆ ଗ୍ରାମର ପିର ପ୍ରଧାନଙ୍କ ପୁଅ ରବି ଚନ୍ଦ୍ର ପ୍ରଧାନ (୫୫) ଜଣେ ସ୍କୁଟି ଆରୋହି ଠାରୁ ଗତ ବୁଧବାର ଦିନ ଜୋର ଜବରଦସ୍ତ ଭୟଭୀତ କରିବା ସହିତ ମାଡ଼ମାରି ମୋବାଇଲ ସହ ଟଙ୍କା ଲୁଟି ନେଇଥିଲେ। ଉକ୍ତ ଅଭିଯୋଗ ରେ ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁସାରେ ଗତ ୨୨ ତାରିଖରେ ବିଶିପଡ଼ା ଗ୍ରାମର ସଚିନ କୁମାର ସାହାଣୀ ବାଲିଗୁଡ଼ା ବଡ଼ଗାଁରୁ ନିଜ ଗ୍ରାମକୁ ସ୍କୁଟି ଯୋଗେ ଫେରୁଥିଲେ। ତେବେ ପ୍ରାୟ ରାତି ୧୦ ବେଳେ ରାଇକିଆ-ସାରଙ୍ଗଗଡ଼ ଛକରେ ଥ‌ିବା ଉକ୍ତ ଅଭିଯୁକ୍ତ ଦୁଇ ଜଣ ଓଡି ୧୨ଡି ୦୭୩୧ ଟିଭିଏସ ଆପାଚି ବାଇକ୍ ଆରୋହି ସଚିନକୁ ଏକୁଟିଆ ସ୍କୁଟିରେ ଯିବା ଦେଖି  ପିଛା କରିଥିଲେ। ମାରବାଲି ପାଖରେ ସ୍କୁଟିକୁ ଧକ୍କା ଦେଇ ଚାବି ଛଡ଼ାଇ ମାଡ ମାରିବା ସହ ଧମକାଇ ଗୋଟିଏ ମୋବାଇଲ ଓ ଦୁଇ ହଜାର ଟଙ୍କା ଲୁଟି ନେଇ ସେଠାରୁ ଫେରାର ହୋଇ ଯାଇଥିଲେ।ପରେ ହତାଶ ହୋଇ ସଚିନ କ.ନୂଆଗାଁ ଥାନାର ଦ୍ବାରସ୍ଥ ହୋଇ ଲିଖୂତ ଅଭିଯୋଗ କରିଥିଲେ। ଏହା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଥାନା କେସ ନଂ ୧୧୪/୨୬ ଋଜୁ କରି ବିଏନଏସ ୩୦୯(୬) ଧାରାରେ ତଦନ୍ତ କରି ଉଭୟ ଅଭିଯୁକ୍ତକୁ ଗିରଫ କରି ବ୍ୟବହୃତ ବାଇକ୍, ମୋବାଇଲ ଫୋନ୍ ଓ ଦୁଇ ହଜାର ଟଙ୍କା ଜବତ କରିବା ସହ କୋର୍ଟକୁ ପଠାଇ ଥୂବା ଥାନା ଅଧୂକାରୀ ସୂଚନା ଦେଇଛନ୍ତି। ତେବେ ଉକ୍ତ ଅଭିଯୁକ୍ତ ପୂର୍ବରୁ ସାରଙ୍ଗଗଡ଼ ଥାନା ଡକାୟତି କେସରେ ଜେଲରେ ରହି ଏବେ ବେଲରେ ଆସି ପୁଣି ଡକାୟତି କରି ଜେଲ୍ ଯାଇଥିବାରୁ ଅଞ୍ଚଳବାସୀ ଆଶ୍ବସ୍ତ ହୋଇଛନ୍ତି।

Related Posts

About The Author

Add Comment