ଢ଼ଳେଇ ପଡ଼ିବାର ୨ ଦିନ ପରେ ପ୍ଲିନ୍ଥ ଫାଟି ଆଁ
ଘର ନିର୍ମାଣ କାର୍ଯ୍ୟର ସ୍ୱଛତା ଓ ସ୍ଥାୟିତ୍ୱ ନେଇ ଉଠିଛି ପ୍ରଶ୍ନବାଚି
ତଦନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି
ଯାଜପୁରସଦର ୨୦/୪/୨୬ (ସନ୍ଧାନ ନ୍ୟୁଜ ) :ସରକାର ଶିକ୍ଷାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଦ୍ୟାଳୟ ଗୁଡିକର ଭିର୍ତ୍ତି ଭୂମିର ବିକାଶ କରିବା ସହ ମଧ୍ୟାହ୍ନ ଭୋଜନ, ସାଇକେଲ ପ୍ରଦାନ, ଛାତ୍ର ବୃତ୍ତି ପ୍ରଦାନ, ମାଗଣା ବହି, ଡ୍ରେସ, ବୁଟ ଆଡି ଯୋଗେଇ ଦେଉଥିବା ବେଳେ କେତେକ ସ୍ଥାନରେ ଏହାର ସଦୁପଯୋଗ ହେଉନଥିବା ନେଇ ଦେଖିବା ପାଇଁ ମିଳିଛି | ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତସ୍ତ ରଘୁନାଥ ଜିଉ ସଂସ୍କୃତ ବିଦ୍ୟାନିକେତନ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କ୍ଷେତ୍ରରେ | ଏହି ବିଦ୍ୟାଳୟର ଏକ ନୂତନ ଗୃହ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଟେଣ୍ଡର ମାଧ୍ୟମରେ ୧୨ ଲକ୍ଷ ୭୨ ହଜାରେ ୯୧୯ ଟଙ୍କା ୫୭ ପଇସା ଯୋଗେଇ ଦିଆଯାଇ ଥିବା ବେଳେ ବର୍ତ୍ତମାନ ଟେଣ୍ଡର ପାଇଥିବା ଠିକାଦାର ଜଣକ ଉକ୍ତ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବା ପାଇଁ ମିଳିଛି | ମାତ୍ର କାର୍ଯ୍ୟ ଆରମ୍ଭରୁ ଠିକାଦାର ଜଣକ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରୁଥିବା ନେଇ ଗ୍ରାମବାସୀ ମାନେ ଦେଖିବା ପରେ ଘର ନିର୍ମାଣ କାର୍ଯ୍ୟକୁ ଘୋର ବିରୋଧ କରିବା ସହ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି | ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁଯାଇ ଘରର ପିଲାର ଖୋଳାଯିବା ପରେ ପିଲାର ଢ଼ଳେଇ ପଡିବା ପରେ ପିଲାର ମୂଳରେ ବାଲି ଫିଲିଙ୍ଗ କରିବା ପରିବର୍ତ୍ତେ ଠିକାଦାର ସମ୍ପୂର୍ଣ୍ଣ ବାଲି ଭର୍ତ୍ତି କରିବା ସହ ଘର ଭିତରେ ବାଲି ଫିଲିଙ୍ଗ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ମାଟି ଭର୍ତ୍ତି କରିଛନ୍ତି | ଘର କାର୍ଯ୍ୟରେ ବ୍ୟବହୃତ ଇଟା ଏତେ ନିମ୍ନ ମାନର ଇଟା ଯାହା ହାତରେ ଧରିବା କ୍ଷଣି ଭାଙ୍ଗି ଯାଉଛି | ସେହିପରି ଇଟା ବ୍ୟବହାର କରି ଠିକାଦାର ଘରର ପ୍ଲିନ୍ଥ ଢ଼ଳେଇ ପକାଇ ଥିବା ବେଳେ ଢ଼ଳେଇ ପଡ଼ିବାର ୨ ଦିନ ପରେ ପ୍ଲିନ୍ଥ ଫାଟି ଯାଇଥିବା ଦେଖିବା ପାଇଁ ମିଳିଛି | ସେହିପରି ମାଟିମିଶା ବାଲିରେ କାର୍ଯ୍ୟ କରିବା ସହ ଅତି ନିମ୍ନ ମାନର ସିମେଣ୍ଟରେ ଘର କାର୍ଯ୍ୟ କରାଯାଉ ଥିବାରୁ ଘରର ପ୍ଲିନ୍ଥ ଫାଟି ଗଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି | ସେହିପରି ଘରର ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ କାର୍ଯ୍ୟ ସ୍ଥଳକୁ ବ୍ଲକର କନିଷ୍ଠ ଯନ୍ତ୍ରୀ ଆଦୌ ଆସୁନଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି | ଘର କାର୍ଯ୍ୟ ଆରମ୍ଭରୁ ଘରର ପ୍ଲିନ୍ଥ ଫାଟିଯିବାକୁ ନେଇ କାର୍ଯ୍ୟର ସ୍ୱଛତା ନେଇ ପ୍ରଶ୍ନ ବାଚି ସୃଷ୍ଟି ହେବା ସହ ଘରର ସ୍ଥାୟିତ୍ୱ ନେଇ ଆଶଙ୍କା ସୃଷ୍ଟି ହୋଇଛି | ଏଥିନେଇ ଠିକାଦାରଙ୍କ ସହ ଯୋଗାଯୋଗ କରିବାରୁ ଯାହା ହୋଇଛି ସେସବୁର ରେକ୍ଟି ଫାଏ କରାଯିବା ପରେ କାର୍ଯ୍ୟ କରାଯିବ ବୋଲି କହିଥିଲେ | ସେହିପରି ବ୍ଲକର କନିଷ୍ଠ ଯନ୍ତ୍ରୀ ଶ୍ରୀ ଶତପଥୀଙ୍କୁ ପଚାରିବାରୁ ମୁଁ ଠିକାଦାରଙ୍କୁ ଏଥିନେଇ ପୂର୍ବରୁ ତାଗିଦ କରିଛି ଓ ଜଦି କିଛି ଭୁଲ କରିଥାନ୍ତି ତାହେଲେ ତଦନ୍ତ କରିବା ପରେ ଯାହା ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ତାହା କରାଯିବ ବୋଲି କହିଥିଲେ | ତେବେ ଏହି ଘର କାର୍ଯ୍ୟରେ ହୋଇଥିବା ଅନିୟମିତତାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ମାନେ ଦଶରଥପୁର ବ୍ଲକର ବିଡ଼ିଓ ଆକାଶ ପଟ୍ଟନାୟକ ଓ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି



