ସୁନ୍ଦରଗଡ଼ ତା:୧୯-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ ତା:୧୬-୦୭-୨୦୨୬ରିଖ ଗୁରୁବାର ଦିନ ରାତି ପ୍ରାୟ ୮ଟା ସମୟରେ ସବ ଡେଗା ରଥଯାତ୍ରା ଦେଖି ଫେରୁଥିବା ବେଳେ ଭୂଖନପଡା ଘାଟିତଳ ରାସ୍ତା କଡ଼ ରେ ଜଣେ ୧୬ବର୍ଷ ର ଯୁବକ ଙ୍କ ଦୁର୍ଘଟଣା ଘଟିଥିବା ବେଳେ ତଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଡାକ୍ତରଖାନା ପଠେଇବା ସହିତ ଘଟଣା ର ତଦନ୍ତ କରୁଥିବା ସୂଚନା ମିଳିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଯୁବକ ର ବାପା ଏହା ଗାଡି ଦୁର୍ଘଟଣା ନୁହେଁ, ପ୍ରେମିକା ପ୍ରେମିକ ଙ୍କ ଭିତରେ ଫାଟ ସୃଷ୍ଟି ହୋଇ ଯୁବକଙ୍କୁ ମାଡ ହୋଇଥିବା ସନ୍ଦେହ କରି ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ଭୂଖନପଡା ର ଜୈନେକ ଯୁବକ ଙ୍କୁ ଗତ ୧୬ତାରିଖ ଦିନ ପ୍ରାୟ ୪ଟା ୩୦ମିନିଟ ସମୟ ରେ ସାଙ୍ଗ ଜଣେ ରଥଯାତ୍ରା ଦେଖିବା ପାଇଁ ସବଡେଗା କୁ ଫୋନ କରି ଡାକିଲେ l ଜୈନେକ ଯୁବକର ଘରେ ଯୁବକଙ୍କୁ ମନା କରିବା ପରେ ମଧ୍ୟ ଯୁବକ ଜଣକ ପାଣିରେ ଭିଜି ଭିଜି ଯାତ୍ରା ଦେଖିବାକୁ ବାହାରି ପଡିଲେ l ଯାତ୍ରା ଦେଖି ପ୍ରାୟ ରାତି ୮ଟା ସମୟରେ ଘରକୁ ଯୁବକ ଫେରୁଥିବା ବେଳେ ସଂଘ ବଦ୍ଧ ହୋଇ କିଛି ପିଲାମାନେ ଏହି ଜୈନେକ ଯୁବକ ଙ୍କୁ ମାଡ ମାରି ରାସ୍ତା କଡରେ ଛାଡି ଚାଲି ଯାଇଥିବା ସନ୍ଦେହ ନେଇ ଗତ କାଲି ଜୈନେକ ଯୁବକ ର ବାପା ଶ୍ରୀ ରାଜେନ୍ଦ୍ର ଆପଟ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଦୁଇ ପ୍ରେମିକା ପ୍ରେମିକ ଙ୍କ ଭିତରେ ଫାଟ ସୃଷ୍ଟି ହୋଇ ମୋ ପୁଅ କୁ ଏପରି ମାଡ଼ ମାରିଥିବା ସନ୍ଦେହ ହେଉଛି ବୋଲି ରାଜେନ୍ଦ୍ର ଆପଟ କହିଛନ୍ତି l ଲିଖିତ ଅଭିଯୋଗ ପାଇ ତଲସରା ପୋଲିସ କଡା କଡ଼ି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l
ଗାଡି ଦୁର୍ଘଟଣା ନୁହେଁ, ପ୍ରେମିକା ପ୍ରେମିକ ଙ୍କ ଭିତରେ ଫାଟ ସୃଷ୍ଟି ହୋଇ ମାଡ଼ ମାରିଥିବା ସନ୍ଦେହ, ଥାନାରେ ଅଭିଯୋଗ
|
July 19, 2026 |



