ଗରିବ ଚାଷୀ ବ୍ୟାଙ୍କରୁ ଚାଷ ପାଇଁ ଟଙ୍କା ଉଠାଇ ନେଇ ଘରକୁ ଫେରୁଥିବା ବେଳେ ଲୁଟେରା ଲୁଟିନେଲେ ଟଙ୍କା

Spread the love

ସୁନ୍ଦରଗଡ଼ ତା:୦୪-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ଅପରାହ୍ନ ୫ଟା ୧୫ମିନିଟ ସମୟରେ ଜଣେ ମହିଳା ଓ ଦୁଇଜଣ ପୁରୁଷ ବ୍ୟାଙ୍କ ରୁ ଟଙ୍କା ବାହାର କରି ଘରକୁ ଫେରୁଥିବା ବେଳେ ଲୁଟେରା ପଛ ପଟୁ ପିଛା କରି ଟଙ୍କା ଲୁଟି ନେଇଥିବା ନେଇ ତଲସରା ଥାନା ରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ପାଇଥିବା ସୂଚନା ଅନୁସାରେ ଯମୁନା ଗ୍ରାମର ଶ୍ରୀମତି ବୁଟନ ବେଗ (୫୬)ତାଙ୍କର ସ୍ୱାମୀ ଅର୍ଜୁନ ବେଗ ଓ ଗାଁ ପଡୋଶୀ ତ୍ରିନାଥ ଟପ୍ପୋ ଆଜି ଅପରାହ୍ନ ୫ଟା ୧୫ମିନିଟ ସମୟ ରେ ସବଡେଗା ଷ୍ଟେଟ ବ୍ୟାଙ୍କ ରୁ ୩୦ହଜାର ଓ ସବଡେଗା କୋପ୍ରେଟିଭ ବ୍ୟାଙ୍କ ରୁ ୨୦ହଜାର ମୋଟ ୫୦ହଜାର ଟଙ୍କା ଚାଷ କାମ ପାଇଁ ବାହାର କରି ଘରକୁ ଯାଉଥିବା ବେଳେ ରାସ୍ତା ରେ ଲୁଟେରା ମାନେ ପଛ ପଟୁ ପିଛା କରି ସବଡେଗା ଆଞ୍ଚଳିକ ଡିଗ୍ରୀ କଲେଜ ରାସ୍ତା ମୋଡ଼ ଠାରେ ଚଳନ୍ତା ଦୁଇ ଚାକିଆ ଯାନ କୁ ଅଟକାଇ ଟଙ୍କା ଲୁଟି ନେଇଥିବା ନେଇ ମହିଳା ଆଜି ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଲୁଟେରା ମାନେ କଳା ରଙ୍ଗର ପୋଷାକ ପିନ୍ଧି ମୁହଁ କୁ ମୁଖା ବାନ୍ଧି ଥିଲେ ବୋଲି ମହିଳା କହିଛନ୍ତି l ଲୁଟେରା ମାନେ ମହିଳା ଙ୍କ ଠାରୁ ଟଙ୍କା ଲୁଟିବା ସମୟରେ ମହିଳା ଜଣକ ଟଙ୍କା କୁ ଜାବୁଡି ଧରି ରଖି ଦେବାରୁ ଲୁଟେରା ମାନେ ମହିଳା ଙ୍କ ହାତରୁ ଟଙ୍କା ଛଡାଇ ନେବା ପାଇଁ ମହିଳାଙ୍କୁ ରାସ୍ତାରେ ଘୋଷାଡ଼ି ଦେଇ ଥିବା ବେଳେ ମହିଳାଙ୍କ ବାମ ଗାଲ ତଥା ମୁହଁରେ ଆଘାତ ହୋଇଥିବା ମହିଳା ଜଣକ କହିଛନ୍ତି l ତଲସରା ଥାନା ଅଧିକାରୀ ଲିଖିତ ଅଭିଯୋଗ ପାଇ ଏକ ଲୁଟ ମାମଲା ରୁଜୁ କରି ଲୁଟେରା ଙ୍କ ତଦନ୍ତ କରୁଥିବା ଜଣା ପଡିଛି l

Related Posts

About The Author

Add Comment