କାହିଁକି ବିଜୁ ଜନତା ଦଳ ଛାଡ଼ିଲେ ତିହିଡ଼ି ବିଜେଡି ର ନେତା ଶ୍ରୀଯୁକ୍ତ ଚିନ୍ତାମଣି ଦାସ

Spread the love
ଭଦ୍ରକ  ୪/୭/୨୬ (ସନ୍ଧାନ ନ୍ୟୁଜ )  ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ର ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ଚିନ୍ତାମଣି ଦାସ ବିଜୁ ଜନତା ଦଳ ତ୍ୟାଗ କରି ଏବେ ବିଜେପି ରେ ଯୋଗ ଦେଇଛନ୍ତି। ଏହାର କାରଣ ସଂପର୍କ ରେ ଆମେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ ହେଲେ ସଫଳ ହୋଇ ନ ଥିଲୁ। କିନ୍ତୁ ଆମେ କିଛି ଜନ ସାଧାରଣ ଙ୍କୁ ଏହ ବିଷୟରେ ପଚାରି ଥିଲୁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମତ ଦେଇଥିଲେ ପ୍ରାୟ ଦୁଇ ବର୍ଷ ହେବ ବିଜୁ ଜନତା ଦଳ ତାଙ୍କୁ ଚରମ ଅବହେଳା କରିଛି। କୌଣସି ଦଳୀୟ କାର୍ଯକ୍ରମ ରେ ତାଙ୍କୁ ସାମିଲ କରା ଯାଉ ନ ଥିଲା। ଅନ୍ୟ ମାନଙ୍କ ମତ ରେ ବ୍ଲକ ବିଜୁ ଜନତା ଦଳ ର ସଭାପତି ନିର୍ବାଚନ ରେ ତାଙ୍କ ପ୍ରାର୍ଥୀତ୍ବ କୁ ଦଳ ଗ୍ରହଣ କରି ନ ଥିଲା। ଯାହା ଫଳରେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି। ଆଉ ଛ ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ ଥିବାରୁ ଚିନ୍ତାମଣି ଦାସ ଙ୍କ ଇସ୍ତଫା ବିଜୁ ଜନତା ଦଳ କୁ ଦୁର୍ବଳ କରି ଦେବ ନାହିଁ ତ?। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment