ଓଡ଼ିଶା ସାମ୍ୱାଦିକ ୟୁନିୟନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସୁରଜ୍ ସୂର୍ଯ୍ୟବଂଶୀ।

Spread the love

ଭଦ୍ରକ  ୫/୬/୨୬ (ସନ୍ଧାନ ନ୍ୟୁଜ ) ଭଦ୍ରକ ଓଡିଶା ସାମ୍ୱାଦିକ ୟୁନିୟନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭଦ୍ରକ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମ୍ୱାଦିକ ମାନେ ଗୋଟିଏ ଦର୍ପଣ ବୋଲି ବର୍ଣ୍ଣନା କରିଥଲେ। ଯାହାକୁ ଦେଖି ଆଗାମୀ ଦିନରେ କଣ କରିବାକୁ ପଡ଼ିବ ତାହା ଚିନ୍ତା କରାଯାଏ। ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ କହିଥିଲେ ସାମ୍ୱାଦିକ ମାନେ ଗଣତନ୍ତ୍ର ର ସୁରକ୍ଷା କବଚ।ଭଣ୍ଡାରିପୋଖରୀ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ ସାମ୍ୱାଦିକ ମାନଂକ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ଦାଶ ସାମ୍ୱାଦିକ ମାନଂକ ବିଭିନ୍ନ ପ୍ରକାର ସମସ୍ୟା କୁ ରାଜ୍ୟ ସରକାର ତୁରନ୍ତ ସମାଧାନ ନିମନ୍ତେ ଦାବି କରିଥିଲେ। ୟୁନିଅନର ସାଧାରଣ ସମ୍ପାଦକ ଓ ସଭାପତି ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ଥିଲେ। ଦୈନିକ ଖବର କାଗଜ ସନ୍ଧାନ ର ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ ସନ୍ଧାନ।

Related Posts

About The Author

Add Comment