ଯାଜପୁର ସଦର, : ୨୨/୪/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଇଚ୍ଛାପୁର ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ୧୮ତାରିଖରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ।ଇଚ୍ଛାପୁର ଗ୍ରାମର ଶିଖର ସାହାଣୀ ଓ ତାଙ୍କ ସହଧର୍ମିଣୀ ସରସ୍ବତୀ ସାହାଣୀ କର୍ତ୍ତା କର୍ତ୍ତୀ ହୋଇ ସଂକଳ୍ପ କରୁଥିବାବେଳେ ପ୍ରଭୁଙ୍କ ପୂଜାର୍ଚନା କାର୍ଯ୍ୟ ମୁଖ୍ୟ ପୂଜକ ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ନେତୃତ୍ୱରେ ଶଶିକାନ୍ତ ପାଣି,ଚନ୍ଦ୍ରଶେଖର ଦାସ,ରାଜେନ୍ଦ୍ର ତ୍ରିପାଠୀ,ହରେଶ କୁମାର ସାଏନ୍ତ,ସନାତନ ପଣ୍ଡା ପ୍ରମୁଖ ପୂଜକଙ୍କ ମନ୍ତ୍ରଧ୍ଵନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଛି।କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅଂକୃରାପଣ ଅଧିବାସ,ବିଗ୍ରହ ଶସ୍ୟ ଅଧିବାସ କାର୍ଯ୍ୟ ହୋଇଥିବା ବେଳେ ୨ୟ ଦିନ ପ୍ରଭୁଙ୍କ ପଞ୍ଚଗବ୍ୟ ପଞ୍ଚମ୍ବୃତ ସପ୍ତଧାନ୍ୟ,ସାଲା ଶୋଧନ, କଳସ ଯାତ୍ରା,ବିଗ୍ରହ ପରିକ୍ରମା, ବିଗ୍ରହ ସ୍ନାନ ଓ ଶୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।୩ୟ ଦିବସ ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା,ଯଜ୍ଞ ବେଦି ପୂଜନ,ପିଣ୍ଡିକା ନ୍ୟାସ,ଜୁପା ରୋପଣ,ଧ୍ଵଜ ଉତ୍ତୋଳନ,ଶିଖର ସ୍ନାନ,ରତ୍ନବେଦି ସଂସ୍କାର,ବିଗ୍ରହ ପ୍ରତିଷ୍ଠା,ମୂଳମନ୍ତ୍ର ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ୨୧ତାରିଖ ଶେଷ ଦିନରେ ପ୍ରାତ୍ୟ ସମୟରେ ସୂର୍ଯ୍ୟ ପୂଜା,ବିଗ୍ରହଙ୍କର ଷୋଡଶ ଉପଚାର ପୂଜା,ଗୀତାଯଜ୍ଞ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ବୋଲି ମୁଖ୍ୟ ପୂଜକ କହିଛନ୍ତି।ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ଗ୍ରାମର ଆବାଳ ବୃଦ୍ଧ ବନିତାଙ୍କ ଅକୁଣ୍ଠ ଅର୍ଥଦାନ ମିଳିଥିବା ବେଳେ ଗ୍ରାମର ସମସ୍ତ ମୁରବୀ,ଯୁବ ଗୋଷ୍ଠୀ ମାନଙ୍କ ସହଯୋଗରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସୁଚାରୁ ରୂପେ ଅନୁଷ୍ଠିତ ହେଉଅଛି।
ଇଚ୍ଛାପୁର ଗ୍ରାମରେ ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
|
April 22, 2026 |



