କଟକ, : ୧୮/୭/୨୬ (ସନ୍ଧାନ ନ୍ୟୁଜ) ଦୀର୍ଘ ୨୫ ବର୍ଷ ହେଲା ପ୍ରକାଶିତ ହୋଇ ଆସୁଥିବା ସମ୍ବାଦ ଓ ସଂସ୍କାରମୂଳକ ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ଜୁଲାଇ (ରଥଯାତ୍ରା) ସଂଖ୍ୟା ଜଗତପୁର ଶ୍ରୁତି ବିଦ୍ୟା ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ତଥା ବିଶିଷ୍ଟ ବେଦାନ୍ତୀ ସନ୍ଥ ସ୍ୱାମୀ ନିଜାନନ୍ଦ ସରସ୍ବତୀ ମହାରାଜଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ମୁଖ୍ୟ ସମ୍ପାଦକ ବରିଷ୍ଠ ଶିକ୍ଷାବିତ୍ ଡଃ.ଶରତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉନ୍ମୋଚନ ସଭାରେ ବର୍ଷିଆନ ସ୍ୱାମୀଜୀ ପତ୍ରିକାର ଦୀର୍ଘ ଜୀବନ କାମନା କରି ଆଶୀର୍ବାଦ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉତ୍କଳ ସାରସ୍ୱତ ଆଶ୍ରମର ମହନ୍ତ ସ୍ୱାମୀ ତ୍ରିଲୋକେଶ୍ୱର ଭାରତୀ ଯୋଗ ଦେଇ ସମାଜରେ ଆଧ୍ୟାତ୍ମିକ ପତ୍ରିକାର ଗୁରୁତ୍ୱ ଢେର ବେଶୀ ବୋଲି ଅଭିହିତ କରିବା ସହିତ ଯୁବକମାନେ ବେଶୀ ସମୟ ମୋବାଇଲରେ ନଷ୍ଟ ନ କରି ଦୈନିକ ପାଞ୍ଚ ମିନିଟ ଧ୍ୟାନ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଡାକ୍ତର ଅରବିନ୍ଦ ନନ୍ଦ,ଆଧ୍ୟାତ୍ମପ୍ରାଣ ଅସିତ ରଞ୍ଜନ ବେହେରା,ଶ୍ରୀମନ୍ତ ଧଳ ପ୍ରମୁଖ ଉପସ୍ଥିତ ଥିଲେ । ପତ୍ରିକାର ସମ୍ପାଦକ ମହାନ୍ ସନ୍ଥ ପ୍ରବୀଣ ଗବେଷକ ଶ୍ରୀ ସନ୍ନ୍ୟାସୀ ଜୀ କୃତଜ୍ଞତା ଜ୍ଞାପନ କରିଥିଲେ । ପରିଚାଳନା ସମ୍ପାଦକ ଯୁବ ସଂଗଠକ ଇଂ.ବିପ୍ଳବ ଦାସ ସଭା ସଂଚାଳନ କରିଥିଲେ ।
ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ରଥଯାତ୍ରା ସଂଖ୍ୟା ଉନ୍ମୋଚିତ ।
|
July 18, 2026 |



