ଆଂଟିକ୍ୟୁଟି ରୁ ମର୍ଡଣ୍ଣଟି ପୁସ୍ତକ ଲୋକାର୍ପିତ

Spread the love

ଯାଜପୁର : ଆମ ଐତିହ ଆନ୍ତଜାର୍ତିୀୟ ପ୍ରକାଶନୀ ଏବଂ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସହଯୋଗରେ ଗବେଷଣାଧର୍ମୀ ପୁସ୍ତକ ଆଣ୍ଟିକ୍ୟୁଟି ଟୁ ମଡର୍ଣ୍ଣିଟି ଇଂରାଜୀ ସମ୍ପାଦିତ ପୁସ୍ତକ ଯାଜପୁର ଜିଲ୍ଳାର ଚଣ୍ଡିଖୋଲସ୍ଥିତ ବରିଷ୍ଠ ନାଗରିକ ମଂଚ ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଗବେଷକ ମାନସ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରପେସର ଡକ୍ଟର ଅଜୟ କୁମାର ଲେଙ୍କା, ମୁଖବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଡକ୍ଟର ସନ୍ତୋଷ ମହାପାତ୍ର, ପୂର୍ବତନ ଓଡିଆ ବିଭାଗ ପ୍ରାଧ୍ୟାପକ ଡକ୍ଟର ରବିନ୍ଦ୍ର ବିହାରୀ ପ୍ରମୁଖ ଯୋଗଦେଇ ପୁସ୍ତକୁ ଉନ୍ତୋଚିତ କରିବା ସହିତ ଏହା ସାରା ଭାରତ ବର୍ଷ ଏବଂ ବିଶ୍ୱ ଦରବାରେ ଗବେଷଣା କରୁଥିବା ବିଭିନ୍ନ ଗବେଷକଙ୍କ ପାଇଁ ବେଶ ଫ୍ରଳଫ୍ରଦ ହେବ ବୋଲି ମତ ଦେବା ସହିତ ଇତିହାସ, ସାହିତ୍ୟ ଏବଂ ଦର୍ଶନ ଉପରେ ନିଜର ମତ ରଖିବା ସହିତ ଗବେଷକ ମାନେ ସଠିତ ଭାବରେ ଗବେଷଣା କରିବାକୁ ମତ ପ୍ରକାଶ କରିଥିଲେ । ପୁସ୍ତକ ଉପାଦେୟତା ଉପରେ ଗବେଷକ ଶ୍ରୀ ରାଉତ ପ୍ରକାଶ କରିଥିଲେ । ଏହି ଅବସରରେ ସମ୍ବଲପୁରର ସମ୍ବାଦିକ ହେମନ୍ତ ଭଇଁସା, ସୁନ୍ଦରଗଡର ରାଜୁ କୁମାର ପଟେଲ, ଦୁର୍ଯ୍ୟଧନ ଗରଡିଆ ଏବଂ ପ୍ରଜ୍ଞା ପରମିତା ପତି, ପ୍ରଶାନ୍ତ ସାମଲ, ସନ୍ତାଷ କୁମାର ସାହୁ, ସତ୍ୟବତ୍ର ନାୟକ, ମୋହନ ମହାରଣା, ରଙ୍ଗାଧର ଆଚାର୍ଯ୍ୟ, ନବଘନ ସ୍ୱାଇଁ, ସମେତ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଏବଂ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଉତ୍ତରିୟ, ମାନପତ୍ର ଦିଆଯାଇ ସମ୍ବ୍ର୍ଦ୍ଧିତ କରାଯାଇଥିଲା । ଏହାକୁ ଦେବାଶିଷ ପଣ୍ଡା, ସୁଶିଲ କୁମାର ଜେନା, ପ୍ରେମଲତା ମହାରଣା, ବିନୋଦ ବିହାରୀ ଚିନାର, ବିଶ୍ୱଜିତ ପରିଡା, ସମେତ ବହୁ ମାନ୍ୟଗଣ ବ୍ୟକ୍ତି ପରିଚାଳନା କରିଥିଲେ । ପ୍ରାରମ୍ବରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପଜ୍ଜଳନ କରାଯାଇଥିବା ବେଳେ ଛାତ୍ରୀ ପ୍ରାକ୍ଷୀ ପ୍ରତୀକ୍ଷା ରାଉତଙ୍କ ପକ୍ଷରୁ ସାଂଂସ୍କୃତିକ ନୃତ ପରିବେଷଣା କରାଯାଇଥିଲା । ଶେଷରେ ଅଧ୍ୟାପିକା ବନିତା ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment