ପଦ୍ମପୁର, : ୨୪/୮/୨୬ (ସନ୍ଧାନ ନ୍ୟୁଜ) ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଓ ଇଂରାଜୀ ବିଭାଗ ତଥା ଆଇ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ ‘ବ୍ୟକ୍ତିତ୍ୱର ବିକାଶ ଓ ଚରିତ୍ର ନିର୍ମାଣରେ ଗଙ୍ଗାଧର ସାହିତ୍ୟର ଭୂମିକା’ ଶୀର୍ଷକ ଏକ ପାଠଚକ୍ର ନୂତନ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଉମେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ, ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କାବ୍ୟ-କବିତାରେ ପ୍ରତିଫଳିତ ନମ୍ରତା,ସମର୍ପଣ ଓ ଆଦର୍ଶ ଯୁବପିଢ଼ିଙ୍କ ଚରିତ୍ର ଗଠନ ପାଇଁ ଚିରକାଳ ଦିଗ୍ଦର୍ଶନ ଦେବ । ସମ୍ମାନିତ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଖଗେଶ୍ୱର ଦାଶ ସାହିତ୍ୟ ହିଁ ମଣିଷକୁ ସଂସ୍କାରୀ କରି ଗଢ଼ିତୋଳେ ବୋଲି ମତ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପିକା ରୀନା ଧର୍ମବିନାୟକ ମଞ୍ଚ ଆହ୍ୱାନ, ଡ. ସରୋଜ କୁମାର ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଷଡ଼ାନନ ଭୋଇ ମଞ୍ଚାସୀନ ଥିଲେ । ବୈଷୟିକ ଅଧିବେଶନରେ ଡ. ପ୍ରଦୀପ କୁମାର ପଣ୍ଡା, ଛାତ୍ରୀ ସାଗରିକା ଯୋଶୀ ଓ କୁମକୁମ ଧରୁଆ ସାରଗର୍ଭକ ଭିତ୍ତିପ୍ରବନ୍ଧ ପାଠ କରିଥିଲେ । ପ୍ରାଧ୍ୟାପିକା ପୂର୍ଣ୍ଣିମା ଦୋରା, ତୋଷାବନ୍ତ ବାରିକ ,କ୍ୟାପ୍ଟେନ୍ ଜୟକୁମାର ଭୁଏ, ଅଧ୍ୟାପକ ନିର୍ମଳ କୁମ୍ଭାର ଓ ସୁରେଶ୍ୱରୀ ପାଣ୍ଡେଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିବା ବେଳେ ପ୍ରାଧ୍ୟାପକ ଶ୍ରୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ତାଜା ଖବର
- ବିରଜା ଆଇନ ମହାବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ
- ଯାଜପୁରରେ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ (PDNA) ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ
- ରାଷ୍ଟ୍ରଦୀପ ପ୍ରଚାର ସମିତି ଆନୁକୂଳରେ ‘ସେବା ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ; ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଡକ୍ଟର ପ୍ରଦୀପ କୁମାର ସ୍ୱାଇଁ ସମ୍ମାନିତ
- ବାତ୍ୟା ‘ଅକବାନ୍’ ପାଇଁ ପୁରୀରେ ହାଇ ଆଲର୍ଟ: ସମୁଦ୍ରକୂଳ ବୁଲି ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଆଇଜି ଡଃ ସତ୍ୟଜିତ ନାୟକ
- କଳିଙ୍ଗନଗର ଅଞ୍ଚଳରେ ‘କୋଟପା’ (COTPA) ଆଇନ କଡ଼ାକଡ଼ି: ୨୨ ଜଣ ଅମାନିଆଙ୍କ ଠାରୁ ୨,୮୦୦ ଟଙ୍କା ଜରିମାନା ଆଦାୟ
- ଯାଜପୁରରେ ଜିଲ୍ଲା ସ୍ତରୀୟ ମାନବ ଚାଲାଣ ବିରୋଧୀ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
- ଯାଜପୁର ଜିଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ
- ଚାନ୍ଦବାଲିରେ ଭତ୍ତା ବଣ୍ଟନ କଲେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଏକ ବର୍ଷ ନ ପୂରୁଣୁ ରାସ୍ତାରୁ ଉଠିଗଲା ବାଲି ଓ ଚିପ୍ସ, ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ



