୮୦ ବର୍ଷର ରାଜ୍ୟ ବଜେଟ୍ ପୁସ୍ତକ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କଲେ

Spread the love

ଭୁବନେଶ୍ୱର, ୧୩/୬ (ସନ୍ଧାନ ନିୟୁଜ୍) ଓଡିଶା ରାଜ୍ୟ ଗଠିତ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ୮୦ଟି ବଜେଟ୍ ର ସ୍ମୃତି ରକ୍ଷା ପାଇଁ ଉର୍ଦ୍ଧିଷ୍ଟ ପରିସଂଖ୍ୟାନ ଭିତିକ ବିସ୍ତୃତ ତଥ୍ୟ ସମ୍ବଳିତ ସ୍ମରଣିକା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଅର୍ଥ ବିଭାଗ ପକ୍ଷରୁ ଆୟୋଜିତ ଜୟଦେବ ଭବନ ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪୬୪ ପୃଷ୍ଠା ସମ୍ବଳିତ ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି  । ଏହାର ମୂଲ୍ୟ ୧୫୦୦ ଟଙ୍କା ରହିଛି  । ଜୟଦେବ ଭବନରେ ସାଧାରଣ ଲୋକଙ୍କ ପାଇଁ ଏହି ପୁସ୍ତକ ଉପଲବ୍ଧ ହେବ  । ଉକ୍ତ ପୁସ୍ତକରେ ରାଜ୍ୟର ସାମାଜିକ, ଅର୍ଥନୈତିକ , ରାଜନୈତିକ ଏବଂ ସାଂସ୍କୃତିକ ଓଡିଶା ଇତିହାସ ଓ ସମୃଦ୍ଧ ଇତିହାସ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ପୁସ୍ତକ ପ୍ରସ୍ତୁତ କରିବା ପାଇଁ ସମ୍ପାଦକୀୟ ମଣ୍ଡଳୀ ଗଠନ ହୋଇଥିଲା । ଉନ୍ନୟନ କମିଶନର ଏହି ମଣ୍ଡଳୀର ମୁଖ୍ୟ ରହିଥିଲେ  । ସମ୍ପାଦକୀୟ ବୋର୍ଡର ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ , ଅଶୋକ କେ କେ ମିନା , ମନୋରଂଜନ ପାଣିଗ୍ରାହୀ , ଦେବେନ୍ଦ୍ର କୁମାର ଜେନା , ପ୍ରଫସର ଅସିତ୍ ମହାନ୍ତି , ଅରୁଣ ମହାନ୍ତି , ଡ. ସିର୍ଦ୍ଧାର୍ଥ କାନୁନଗୋ , ସ୍ୱର୍ଗତ ଦିନାନାଥ ପାଠୀ , ହିମାଂଶୁ ଶେଖର ରାଉତ , ଅମଲ କୁମାର ମିଶ୍ର , ଅମରେନ୍ଦ୍ର ପଟ୍ଟନାୟକ , ସୁଶୀଲ କୁମାର ଦାଶ , ଲେନିନ୍ ମହାନ୍ତି , ଭାଗ୍ୟଲିପି ମଲ୍ଲ,ପ୍ରମୁଖ ସଭ୍ୟ ଥିଲେ । ଉପଦେଷ୍ଟା ମଣ୍ଡଳୀରେ ପ୍ରଫେସର ବିନାୟକ ରଥ , ସମରେନ୍ଦ୍ର ସାହୁ ପ୍ରମୁଖ ରହିଥିଲେ  ।
ଏହି କାଯ୍ର୍ୟ୍ରକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ପୁସ୍ତକ ଗବେଷକ , ନୀତି ପ୍ରଣୟନକାରୀ , ବିଦ୍ୱାନ ମାନଙ୍କ ପାଇଁ ଉପଯୋଗୀ ହେବ  । ୧୯୩୬ ଏପ୍ରିଲ ୧ ବି୍ରଟିଶ୍ ଶାସନ ସମୟରେ ପ୍ରଥମ ଭାଷାଭିତିକ ରାଜ୍ୟ ଭାବେ ଓଡିଶା ଗଠନ କରାଯାଇଥିଲା । ଉକ୍ରଳଗୌରବ ମଧୁସୂଦନ ଦାସ , ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି , ପଣ୍ଡିତ ନୀଳକଣ୍ଠ ଦାଶ , ଭୂବନାନନ୍ଦ ଦାଶ ଙ୍କ ସମେତ ବହୁ ପ୍ରଖ୍ୟାତ ବ୍ୟକ୍ତିଙ୍କ ଉଦ୍ୟମରେ ଓଡିଶା ସୃଷ୍ଟି ହୋଇଥିଲା । ବଜେଟ୍ ହେଉଛି ସରକାରର ନୀତି ନିର୍ଦ୍ଧାରଣର ପ୍ରତିବିମ୍ବ ,ଯାହାକି ରାଜ୍ୟର ବିକାଶ କ୍ଷେତ୍ରରେ ସହାୟକ ହୋଇଛି । ସେ କହିଥିଲେ ଯେ ୧୯୩୬-୩୭ ବର୍ଷରେ ଓଡିଶାର ପ୍ରଥମ ବଜେଟ୍ ରେ ୧.୭୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା  । ଏହି ୮୦ ବର୍ଷ ମଧ୍ୟରେ ବଜେଟ୍ ର ପରିମାଣ ୧ ଲକ୍ଷ , ୨୦ ହଜାର ୨୮ କୋଟି ଟଙ୍କାରେ ପହଂଚିଛି । ଏଥିରେ ରାଜ୍ୟର ସାମଗ୍ରିକ ବିକାଶକୁ ଆଗେଇ ନେବା , ଜନକଲ୍ୟାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇପାରିଛି । ଇତିମଧ୍ୟରେ ତାଙ୍କ ସରକାର କାଳରେ ୨୦୧୩-୧୪ରେ କୃଷକର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତ କରାଯାଇଛି ଏବଂ କୃଷି କ୍ୟାବିନେଟ୍ ମଧ୍ୟ ଗଠନ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଶିକ୍ଷା , ସ୍ୱାସ୍ଥ୍ୟ ଓ ଭିତିଭୂମି ବିକାଶରେ ଆଖଦୃଶିଆ ଉନ୍ନତି ଘଟିଛି । ଆମ ସରକାର ବହୁ କ୍ଷେତ୍ରରେ ଅଗ୍ରଗତି କରି ମାଇଲଖୁଂଟ ହୋଇଛି । ଲୋକମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କ୍ରମାଗତ ଉଦ୍ୟମ ଲାଗି ରହିଛି  । ଏହି ଅବସରରେ ବାଚସ୍ପତି ପ୍ରଦୀପ ଅମାତ , ବିରୋଧୀ ଦଳ ନେତା ନରସିଂହ ମିଶ୍ର , ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା , ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବିଧାନସଭାର ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି , ସମସ୍ତ ମନ୍ତ୍ରୀ , ସାଂସଦ ଓ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ  ।

 

Report by – ଦୀପ୍ତିରଂଜନ କାନୁନଗୋ

Related Posts

About The Author

Add Comment