୫ ଜଣଙ୍କୁ ମାରିଦେଲା ହାତୀ,ଗୋଟିଏ ପରିବାରର ତିନି ଜଣ ମୃତ୍ୟୁ

Spread the love

ଅନୁଗୋଳ, ୧୯/୪ (ସନ୍ଧାନ ନିୟୁଜ)): ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ଦୁଇଟି ଗାଁରେ ଏକ ଦନ୍ତା ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଷଣ୍ଢ ଗାଁରେ ୪ ଜଣ ପ୍ରାଣ ହରାଇଥିବା ବେଳେ ସନ୍ଥପଡ଼ା ଗାଁରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।

ଗତକାଲି ବିଳମ୍ୱିତ ରାତିରେ ଏହି ଘଟଣା ଘଟିଛି। ଷଣ୍ଢ ଗାଁରେ ଏହି ଦନ୍ତା ଆକ୍ରମଣରେ ଗୋଟିଏ ପରିବାରର ତିନି ଜଣ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି।ମୃତକମାନେ ହେଲେ- କାଳିଆ ସଅର (୨୫), ତାଙ୍କ ଝିଅ ଅନୀତା ସଅର(୨) ଓ ଭଉଣୀ ସାରଥି ସଅର(୧୨)। ସେହିପରି ପ୍ରାଣ ହରାଇଥିବା ଅନ୍ୟ ଜଣେ ମହିଳାଙ୍କ ନାଁ ସୁନୀତା (୩୫) ବୋଲି ଜଣାପଡ଼ିଛି।

ସେହିପରି ହାତୀଟି ଷଣ୍ଢ ଗାଁ ନିକଟରେ ଥିବା ସନ୍ଥପଡ଼ାରେ ପଶି ଜଣେ ବୃଦ୍ଧଙ୍କୁ ଦଳି ଦେଇଥିଲା। ତାଙ୍କ ନାଁ ଭ୍ରମରବର ସାମଲ (୭୦)।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଗାଁଲୋକେ ଦାବି କରିଥିଲେ। ବନବିଭାଗ ଓ ତାଳଚେର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

Report A Rout, Anugul

Related Posts

About The Author

Add Comment