୩୨ ବର୍ଷ ପରେ ଟାୱେଲରୁ ଧରାପଡିଲା ବଳାତ୍କାରୀ

Spread the love

ୱାଶିଂଟନ (ସନ୍ଧାନ ନୁ୍ୟଜ) : ଦୀର୍ଘ ୩୨ ବର୍ଷ ପରେ ୱାଶିଂଟନର ଏକ ବଳାତ୍କାର ଏବଂ ହତ୍ୟା ମାମଲାର ପୁଲିସ୍‍ ପର୍ଦ୍ଦାଫାସ କରିଛି ଓ ଏକ ଟାୱେଲ ସାହାଯ୍ୟରେ ବଳାତ୍କାରୀକୁ ପୁଲିସ୍‍ ଗିରଫ କରିଛି। ବଳାତ୍କାରୀର ନାମ ଗ୍ୟାରୀ ଚାର୍ଲ୍ସ ହାର୍ଟମ୍ୟାନ ଏବଂ ତାକୁ ଏବେ ୬୬ ବର୍ଷ ବୟସ। ୩୨ ବର୍ଷ ପୂର୍ବେ ୧୯୮୬ ମସିହାରେ ସେ ଜଣେ ୧୨ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା କରିଥିଲା। ସେତେବେଳେ ଏନେଇ ମାମଲା ରୁଜୁ ହୋଇଥିଲା। ପୁଲିସ୍‍ ବହୁ ଅନୁସନ୍ଧାନ ପରେ ବି ଅଭିଯୁକ୍ତକୁ ଧରିପାରିନଥିଲା। ତେବେ ପୁଲିସ୍‍ ଘଟଣାସ୍ଥଳରୁ ମିଳିଥିବା ବିଭନ୍ନ ପ୍ରମାଣରୁ ଜଣେ ବ୍ୟକ୍ତିର ଡିଏନ୍‍ଏ ପ୍ରୋଫାଇଲ ପ୍ରସ୍ତୁତ କରିଥିଲା। ରାଜ୍ୟ ଏବଂ କେନ୍ଦ୍ରୀୟ ଡାଟାବେସ୍‍ରେ ମିଶା ଯାଇଥିଲେ ବି ସେହି ଡିଏନ୍‍ଏର ଲୋକ ମିଳିନଥିଲା। ୨୦୧୬ରେ ଜେନେଟିକ ଜେନେଲୋଜିଷ୍ଟରୁ ସନ୍ଦିଗ୍ଧ ଭାବେ ଦୁଇ ଭାଇଙ୍କୁ ଚିହ୍ନଟ କରାଯାଇଥିଲା ଓ ତଦନ୍ତ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ଜଣେ ଭାଇ ଗ୍ୟାରୀ ଚାର୍ଲ୍ସଙ୍କ ଦ୍ୱାରା ବ୍ୟବହୃତ ଏକ ଟାୱେଲକୁ ଜବତ କରାଯାଇ ଲାବ୍ରୋଟାରୀକୁ ପଠାଯାଇଥିଲା। ଟାୱେଲରୁ ମିଳିଥିବା ଡିଏନ୍‍ଏ ଏବଂ ଅପରାଧସ୍ଥଳରୁ ମିଳିଥିବା ଡିଏନ୍‍ଏ୍‍ ଶତପ୍ରତିଶତ ମିଶିିଯାଇଥିଲା ଓ ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଗତ ବୁଧବାର ପୁଲିସ୍‍ ଅଭିଯୁକ୍ତକୁ ଗିରଫ କରିଛି। ଘଟଣା ଅନୁସାରେ ୩୨ ବର୍ଷ ତଳେ ୱାଶିଂଟନ ତାକୋମା ଅଞ୍ଚଳର ୧୨ ବର୍ଷିୟା ମିଶେଲ ୱେଲ୍ସ ଏବଂ ତାର ଦୁଇ ଭଉଣୀ ବୁଲିବା ପାଇଁ ପଗେଟ ପାର୍କ ଯାଇଥିଲେ। ମିଶେଲ ଦୁଇ ଭଉଣୀ ଦିନ ପ୍ରାୟ ୧୧ଟା ବେଳେ କିଛି ସମୟ ଶୌଚାଳୟ ଯାଇଥିଲେ। ଫେରିବା ପରେ ଆଉ ମିଶେଲକୁ ସେମାନେ ପାଇନଥିଲେ। ମାତ୍ର ମିଶେଲର ସାଇକଲ ସେଠାରେ ଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ମାଆକୁ ଜଣାଇବା ପରେ ଥାନରେ ଅଭିଯୋଗ ହୋଇଥିଲା। ପୁଲିସ୍‍ ଖୋଜଖୋଜି କରି ରାତିରେ ପାର୍କଠାରୁ କିଛି ଦୂରରେ ଏକ ଶୂନଶାନ ଅଞ୍ଚଳରୁ ମିଶେଲର ଶବ ଜବତ କରିଥିଲା। ବ୍ୟବଚ୍ଛେଦରୁ ମିଶେଲକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା। ପୁଲିସ୍‍ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣକୁ ଆଧାର କରି ତଦନ୍ତ ଜାରି ରଖିଥିଲା।

Related Posts

About The Author

Add Comment