୧ ରୁ ୮ମ ବିଦ୍ୟାର୍ଥୀଙ୍କ ବାର୍ଷିକ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଭାଷା ସାହିତ୍ୟ ଅତିରିକ୍ତ ପ୍ରଶ୍ନପୃଷ୍ଠା ବଦଳରେ ସାମାଜିକ ଜ୍ଞାନ, ଚିତ୍ରାଙ୍କନ ପ୍ରଶ୍ନପତ୍ର ଆବଶ୍ୟକତାଠାରୁ କମ୍ ମିଳିଲା

Spread the love

ରସୁଲପୁର,୧୫/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକରେ ଆଜିଠାରୁ ୧ ରୁ ୮ମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କର ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ସବମେଟିଭ (ଦ୍ୱିତୀୟ ସମାପ୍ତି ସୂଚକ ଆକଳନ-୨୦୧୯) ପରୀକ୍ଷା ୧୫ ରୁ ୨୦ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ । ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ପ୍ରସ୍ତୁତିରେ ଢିଲାପଣ ପଦାକୁ ଆସିିଛି । ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି । ପ୍ରଥମ ପରୀକ୍ଷା ଭାଷା ସାହିତ୍ୟ ବିଷୟରେ ଅନୁଷ୍ଠିତ ହୋଇଥିଲା । ଏହି ବ୍ଲକରେ ତୃତୀୟ ଶ୍ରେଣୀ ପିଲାମାନଙ୍କୁ ମିଳିଥିବା ଭାଷା ସାହିତ୍ୟ ପରୀକ୍ଷାର ଅତିରିକ୍ତ ପ୍ରଶ୍ନ ପୃଷ୍ଠା( ମଧ୍ୟଭାଗର-୩ ଓ ୪) ପୃଷ୍ଠା ବଦଳରେ ସାମଜିକ ପ୍ରଶ୍ନପତ୍ର ମିଳିଥିଲା । ଏହାକୁ ନେଇ ଶିକ୍ଷକମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ଦେଖାଦେଇଥିôଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ମୂଳ ପ୍ରଶ୍ନପତ୍ରର ଜେରକ୍ସ କରି କାମ ଚଲାଇଥିଲେ । ଏଥିସହ ପଂଚମ ଶ୍ରେଣୀର ଚିତ୍ରାଙ୍କନ ପ୍ରଶ୍ନପତ୍ର ଆବଶ୍ୟକତା ମୁତାବକ ବିଦ୍ୟାଳୟରେ ପହଁଚି ପାରିନଥିଲା । ଫଳରେ ପରୀକ୍ଷା ପରିଚାଳନାରେ ଅସୁବିଧା ଉପୁଯିଥିଲା ।
ଏ ସଂପର୍କରେ ସୁଚନା ମିଳିବାରୁ ପ୍ରଥମଖଣ୍ଡି ଉ.ପ୍ରା. ପ୍ରକଳ୍ପ ବିଦ୍ୟାଳୟରେ ପହଁଚି ବାସ୍ତବ ସ୍ଥିତି ପରଖିଥିଲୁ । ଏଠାରେ ୧ରୁ ୮ମ ଶ୍ରେଣୀ ମଧ୍ୟରେ ୨୧୧ଜଣ ପିଲା ପରୀକ୍ଷା ଦେଉଥିଲେ । ଏଥି ସକାଶେ ନିର୍ଦ୍ଧାରିତ ସମୟ ସକାଳ ୭ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା । ସାହିତ୍ୟରେ ପୂର୍ଣ୍ଣ ସଂଖ୍ୟା ୫୦ ନମ୍ବର ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ ୧୦ ନମ୍ବର ମୌଖିକ ଓ ୪୦ ନମ୍ବର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଥିଲା । ପ୍ରଶ୍ନପତ୍ରରେ ୪୦ ନମ୍ବରରୁ ୨୨ନମ୍ବର ବିଶିଷ୍ଟ ପ୍ରଶ୍ନପତ୍ର ମିଳିଥିଲା । ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ଯାଂଚ ବେଳେ ଏହା ଜାଣି ସାହିତ୍ୟର ଏକ ମୂଳ ପ୍ରଶ୍ନପତ୍ରର ଏକ କପି ସଂଗ୍ରହକରି ତାକୁ ଜେରକ୍ସ କରି କାମ ଚଳାଇ ଦେଇଥିଲେ । ଫଲରେ ବିଦ୍ୟାଳୟରେ ପ୍ରଶ୍ନପତ୍ରକୁ ନେଇ ଜାରି ରହିଥିବା ଅଚଳାବସ୍ତା ଦୂର ହୋଇଥିଲା । ପ୍ରଧାନ ଶିକ୍ଷକ ମେଘନାଦ ମଲିକଙ୍କୁ ପଚାରିବାରୁ ସେ ଏ ନେଇ ଉଚ୍ଚ ଅଧିକାରୀମାନଙ୍କୁ ଜଣାଇଛନ୍ତି ବୋଲି ମତ ରଖିଥିଲେ । ସେହିପରି ବାରବାଟୀ ସାଧନ କେନ୍ଦ୍ର ଅଧିନସ୍ଥ ଚକଗୋପାଳପୁର ପ୍ରାଥମିକ ବିଦ୍ୟାଳୟର ସ୍ଥିତି ପରଖିବାରୁ ପ୍ରଶ୍ନପତ୍ର ତ୍ରୁଟି ସଂପର୍କରେ ପ୍ରଧାନ ଶିକ୍ଷକ ଅବଗତ ନଥିଲେ । ଏପରି କି ଏହି ବଦ୍ୟାଳୟର ଛାତ୍ରୀଛାତ୍ରାମାନେ ୧୮ ନମ୍ବର ପ୍ରଶ୍ନର ପରୀକ୍ଷା ଦେବାରୁ ବଂଚିତ ହୋଇଥିଲେ । ଏହିଭଳି ସ୍ଥିତି ବ୍ଲକର ଅନେକ ବିଦ୍ୟାଳୟରେ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏ ଭଳି ସାଂଘାତିକ ତ୍ରୁଟିକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶ୍ନପତ୍ର ପ୍ରସ୍ତୁତ, ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାର ସୁଫଳ ବିଦ୍ୟାର୍ଥୀମାନଙ୍କୁ ମିଳୁ ନାହିଁ । ଶିକ୍ଷା ବିଭାଗର ଅଧିକାରୀ ଓ ପ୍ରଶ୍ନପତ୍ର ଛପାଇବା ଦାଇତ୍ୱରେ ଥିବା ସଂସ୍ଥାର ଭିତିରି ବୁଝାବଣାରେ ଏଭଳି ହେଉଛି ବୋଲି କୁହାଯାଉଛି । ଶିକ୍ଷାକୁ ବ୍ୟବସାୟିକ ଢଙ୍ଗରେ ପରିଚାଳନା କରାଯାଉଛି । ଏ ଭଳି ଖାମଖିଆଲ କାର୍ଯ୍ୟ ଯୋଗୁଁ କେବଳ ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳାଯାଉଛି ବୋଲି ଶିକ୍ଷାବିତ୍ମାନେ ମତ ରଖିଛନ୍ତି । ଏ ସଂପର୍କରେ ବ୍ଲକ ସହ ଶିକ୍ଷାଧିକାରୀ ଭିକାରୀ ଚରଣ କବିଙ୍କୁ ପଚାରିବାରୁ ଏଭଳି ତ୍ରୁଟି ବିଚୁ୍ୟତି ସଂପର୍କରେ ସେମାନେ ଅବଗତ ଅଛନ୍ତି । ପ୍ରତିକାର ସ୍ୱରୂପ ବ୍ଲକରୁ ଏ ଦିଗରେ ସର୍ବ ଶିକ୍ଷା ଅଭିଯାଜନର ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୂତାରଙ୍କୁ ଅବଗତ କରାଇଥିଲେ । ମାତ୍ର ସେମାନେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ବ୍ୟସ୍ତ ରହିଥିବାକୁ ଆଳ କରି ସେମାନଙ୍କୁ ଅଭିଯୋଗକୁ ଏଡାଇ ଯାଇଥିଲେ । ଏ ସଂପର୍କରେ ପ୍ରକଳ୍ପ ସଂଯୋଜକ ପଚାରିବାରୁ ସେମାନେ ନିର୍ବାଚନରେ ବ୍ୟସ୍ତ ରହିବାକୁ କଥାକୁ ସ୍ୱୀକାର କରିଛନ୍ତି । ମାତ୍ର ୧୨ ତାରିଖ ଦିନରୁ ପ୍ରତ୍ୟେକ ବିଦ୍ୟାଳୟ ପ୍ରଶ୍ନପତ୍ର ପହଁଚିଛି । ପ୍ରଶ୍ନପତ୍ରରେ ତ୍ରୁଟି ବିଚୁ୍ୟତି ଥିଲେ ସେ ଦିଗରେ ମୁଦ୍ରଣ ଦାଇତ୍ୱରେ ଥିବା ସଂସ୍ଥା ସହ ଯୋଗଯୋଗ କରିବାକୁ କୁହାଯାଇଥିଲା । ଏହାଛଡା ଆସନ୍ତା ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଦିଗରେ ପଦକ୍ଷେପ ନିଆଯିøବ ବୋଲି ମତ ରଖିଛନ୍ତି

Report- Jagamohan Rout, Rasulpur 

 

Related Posts

About The Author

Add Comment