୧୪ ହଜାର ସ୍କୁଲ୍ରେ ରୋଷେଇ ଘର ନାହିଁ
ଭୁବନେଶ୍ୱର,୭/୯(ସନ୍ଧାନ ନିୟୁଜ) : ରାଜ୍ୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୭,୮୬୭ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଏହା ମଧ୍ୟରୁ ପ୍ରାୟ ୧୪ ହଜାର ସ୍କୁଲ୍ରେ ରୋଷେଇ ଘର ନାହିଁ। ଆଜି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି।
ସ୍କୁଲ୍ଗୁଡ଼ିକରେ ରୋଷେଇ ଘର ନିର୍ମାଣ ନିମନ୍ତେ ପ୍ରତି ବିଦ୍ୟାଳୟକୁ ୨୦୦୬-୦୭ରୁ ୨୦୦୯-୧୦ ମଧ୍ୟରେ ୬୦ ହଜାର ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଥିଲେ। ତାହା ମଧ୍ୟରୁ ୪୩,୭୧୭ ସ୍କୁଲ୍ରେ ରୋଷେଇ ଘର ନିର୍ମାଣ କରାଯାଇ ତାହାର ବ୍ୟବହାର କରାଯାଉଛି। ଅବଶିଷ୍ଟ ଅସମ୍ପୂର୍ଣ୍ଣ ରୋଷେଇ ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ଅନୁରୋଧ କରାଯାଇଛି। ରୋଷେଇ ଘର ନିର୍ମାଣ ପାଇଁ ଆସିଥିବା ଟଙ୍କା ଖର୍ଚ୍ଚ ନ ହୋଇ ଗଚ୍ଛିତ ଅଛି। ଏହି ଟଙ୍କା ସହ ଜିଲ୍ଲାକୁ ଅନ୍ୟ ଯୋଜନାରେ ମିଳିଥିବା ଟଙ୍କାକୁ ମିଶାଇ ଘର ନିର୍ମାଣ ନିମନ୍ତେ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି।
Related Posts
About The Author