କୋଇଡା, ୧୫/୧୨(ସନ୍ଧାନ ନିୟୁଜ): ବଣେଇ ଉପଖଣ୍ଡର ଟେନ୍ସଆ ଫାଣ୍ଡି ଅନ୍ତର୍ଗତ ୧୬ ନଂ ଘାଟିରେ ଏକ ୧୦ ଚକିଆ ଟ୍ରକ ଦୁର୍ଘଟଣା ହୋଇଥିଲା ଏହି ଦୁର୍ଘଟଣାରେ ଗାଡି ଚାଳକ ଗାଡ଼ିରେ ଚାପି ହୋଇ ମୁତ୍ୟୁ ହୋଇ ଥିବାର ସୂଚନା ମିଳିଛି। ମୃତ ଚାଳକଙ୍କ ନାଁ ଅମରେଶ କୁମାର ଦାଙ୍ଗି ଓ ସେ ବିହାର ନାବଦା ଜିଲ୍ଲାର ଗୋଆସା ଗ୍ରାମର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଶବବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
୧୦ ଚକିଆ ଗାଡି ଦୁର୍ଘଟଣା ଗ୍ରସ୍ତ,ଚାଳକ ମୃତ
|
December 15, 2018 |
