ସିପିଆଇ(ଏମ)ତରଫରୁ ଖଇରାରେ କଳାଦିବସ ପାଳିତ      

Spread the love
  •  
  •  
  •  
  •  
  •  

 

ବାଲେଶ୍ଵର,୦୮/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) : ଜାତୀୟ ସଂହତି ପାଇଁ ଆହ୍ବାନ ଦେଇ ଖଇରା ସିପିଆଇ(ଏମ) ଆଞ୍ଚଳିକ କମିଟି ତରଫରୁ ଆଜି ଖଇରାରେ କଳାଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଇରା ବଜାର ପରିକ୍ରମା କରିଥିଲା ।  ପରେ ବ୍ଲକ ନିକଟରେ ଏକ ସଭା ହୋଇଥିଲା । ଉକ୍ତ ସଭାରେ ସର୍ବସାଥୀ ସନ୍ତୋଷ କୁମାର ସାହୁ,ଭରତ ଚନ୍ଦ୍ର ପଣ୍ଡା,ଭଗବାନ ଦାସ,ଉତ୍ତମ ଦାସ,ଅଭିରାମ ବେହେରା, ଜୟପ୍ରକାଶ ମହାପାତ୍ର, ଜଗଦାନନ୍ଦ ମହାପାତ୍ର, ବଳରାମ ସାହୁ,ବିବେକ ଖିଲାର,ଗୀତାଞ୍ଜଳି ସାହୁ,ଏବଂ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ବହୁ କର୍ମୀ ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଦେଶର ଜାତୀୟ ସଂହତି ରକ୍ଷା,ଏକତା ଓ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ ଡାକରା ଦେଇଥିଲେ । ବର୍ତ୍ତମାନ ଦେଶରେ କରୋନା ପରିସ୍ଥିତି ଗମ୍ଭୀର ଥିଲା ବେଳେ ଚିକିତ୍ସା, ନିଯୁକ୍ତି, ଖାଦ୍ୟ ଇତ୍ୟାଦି ପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି । ଏହିସବୁ ସମସ୍ୟାର ସମାଧାନ ପାଇଁ ସରକାର ଫେଲ ମାରୁଥିବାରୁ ନିଜର ପାରିବା ପଣିଆକୁ ଲୁଚାଇ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କରି ଜାତୀୟ ସମ୍ପତ୍ତିକୁ ବିକ୍ରି କରିବା ତଥା ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରୁଛନ୍ତି । ଲୋକଙ୍କ ଭାବାବେଗର ରାଜନୈତିକ ଫାଇଦା ନେଇ କ୍ଷମତାକୁ ଆସିବା ପାଇଁ ରାମ ମନ୍ଦିର ଭୂମି ପୂଜନ ନାମରେ କୋଟି କୋଟି ଟଙ୍କା ଅପବ୍ଯୟ କରି ପୁଣି କ୍ଷମତାକୁ ଆସିବା ପାଇଁ ବିଜେପିର ଅପପ୍ରୟାସ ଉପରେ ରୋକ ଲଗାଇବା ସମ୍ବନ୍ଧରେ ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ । ହିରୋସୀମା ଓ ନାଗାସାକିରେ ବୋମା ନିକ୍ଷେପ ଜନିତ ଅମାନବିକତା ଓ ୯୦ ଦଶକରେ ରାମ ରଥଯାତ୍ରା ପରିପ୍ରେକ୍ଷୀରେ ହିନ୍ଦୁତ୍ବବାଦୀ ଆର ଏସ ଏସ ଓ ବିଜେପି କର୍ମୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାସହ ସମ୍ବିଧାନର ୩୭୦ଧାରା ପୁନଃ ଅବସ୍ଥାପନ ଓ ଜାମ୍ମୁକାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ବକ୍ତାମାନେ ଦାବି କରିଥିଲେ

 

 

 

Related Posts

About The Author

Add Comment