ନୂଆଦିଲ୍ଲୀ ୮/୧/୨୦୨୦ (ସନ୍ଧାନ ନିଉଜ) ଇରାନର ରାଜଧାନୀ ତେହରାନରେ ୟୁକ୍ରେନର ଏକ ବିମାନ କ୍ରାସ୍ ହୋଇଯାଇଛି। ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟରଲାଇନ୍ସର ବୋଇଙ୍ଗ ୭୩୭ ରେ ଚାଳକ ଦଳ ସମେତ ୧୭୦ ଯାତ୍ରୀ ଯାତ୍ରା କରୁଥିଲେ। ଇରାନର ଇମାମ ଖୁମୈନୀ ବିମାନ ବନ୍ଦରରେ ଟେକଅଫ ପରେ ଟେକନିକ୍ ଖରାପ କାରଣରୁ ବିମାନ କ୍ରାସ୍ ହୋଇଛି ବୋଲି କୁହାଯାଉଛି। ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଔପଚାରିକ ଭାବରେ ଇରାନ ସରକାରୀ ଟେଲିଭିଜନରେ କୁହାଯାଇଛି।
ୟୁକ୍ରେନର ବିମାନ କ୍ରାସ୍ : ସମସ୍ତ ୧୭୦ ଯାତ୍ରୀ ମୃତ
|
January 8, 2020 |
