ସୁନ୍ଦରଗଡ ତା:୨/୮/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଳାର ହେମଗିର ଠାରେ ଥିବା ଜେଏମଏଫସି କୋଟର ଆରମ୍ଭ କରାଯିବା କାର୍ଯ୍ୟକ୍ରମ ଚାଲିଛି । ଏହି କ୍ରମରେ ଜିଲ୍ଲାର ଦୌରାଜଜ ପ୍ରଦୀପ ମହନ୍ତ ,ଜିଲ୍ଲା ରେଜିଷ୍ଟର ଦିଲୀପ କୁମାର ଶତପଥୀ ପ୍ରମୁଖ ପରିଦର୍ଶନ
କରିଥିବା ବେଳେ ତାଙ୍କ ସହିତ ସ୍ଥାନୀୟ ତହସିଲଦାର ଭିକ୍ଟୋରିଆ ଏକ୍କା, ହେମଗିର ଥାନା ଆଇଆଇସି ରମାକାନ୍ତ ସାହୁ , ହେମଗିର ବାର ସଂଘର ସଭାପତି କାଶୀନାଥ ରାଉତ, ସଂପାଦକ ସୁକାନ୍ତ କୁମାର ମିଶ୍ର ସହିତ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ଉକ୍ତ କାର୍ଯାଳୟ ବହୁ ଦିନରୁ କାର୍ଯ୍ୟକାରୀ ହୋଇ ନ ଥିବାରୁ ସ୍ଥାନଟି ଅପରିଷ୍କାର ଅବସ୍ଥାରେ ଥିବାରୁ ଏହାକୁ ପରିସ୍କାର କରିବା ସହିତ ପ୍ରତ୍ୟେକ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ କରି ସ୍ଥାନକୁ କାର୍ଯ୍ୟକ୍ଷମ କରିବାକୁ ଶ୍ରୀଯୁକ୍ତ ମହନ୍ତ ଅଂଚଳ ଅଧିକାରୀଙ୍କୁ ଜଣାଇଥିଲେ ।ଏହି ସବୁ କାର୍ଯ୍ୟ ଅଗଷ୍ଟ ମାସ ଶେଷ ସୁଦ୍ଧା ଶେଷ କରିବାକୁ
କୁହାଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସରେ ଏହାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।
ହେମଗିରରେ ଖୋଲିବ ଜେଏମଏଫସି କୋଟ, ବରିଷ୍ଠ ଅଧିକାରୀଙ୍କ ସ୍ଥାନ ପରିଦର୍ଶନ
|
August 2, 2021 |
