ହରିଦାସପୁର ପୋଷ୍ଟ ଅଫିସରେ କମ୍ପୁଟର ଅଚଳ, ଡାକସେବା ବାଧାପ୍ରାପ୍ତ

Spread the love

ଧର୍ମଶାଳା, ୨୬/୬(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଷ୍ଟେସନ ନିକଟରେ ଥିବା ହରିଦାସପୁର ପୋଷ୍ଟ ଅଫିସରେ ୩ଦିନ ହେବ କମ୍ପୁଟର କରାଫ ହୋଇପଡିଥିବରୁ ଡାକସେବା ହୋଇପାରୁନାହାନ୍ତି । ଫଳରେ ବହୁ ଲୋକ ଏଠାରୁ ଡାକସେବା ପାଇପାରୁନାହାନ୍ତି । ସରକାର ଡାକବିଭାଗ ଗୁଡିକକୁ କମ୍ପୁଟର କରଣ କରିବା ପରେ ମାନୁଆଲ ବା ହାତ କାର୍ଯ୍ୟ ଗୁଡିକ ମଧ୍ୟ ପ୍ରଚଳନ କରାଯାଉନାହିଁ । ସବୁ କାର୍ଯ୍ୟ ଗୁଡିକ କମ୍ପୁଟର ମାଧ୍ୟମରେ ହେଉଥିବାରୁ କମ୍ପୁଟର ଖରାପ ହେବା ଦ୍ୱାରା କୌଣସି ଡାକସେବା କାର୍ଯ୍ୟ ହୋଇପାରୁନାହିଁ । ଫଳରେ ନାଁ ଏଠାରୁ କୌଣସି ଡାକ ଯାଉଛି ନା ଡାକ ଆସୁଛି ଯାହାଫଳରେ ସାଧରଣ କାର୍ଯ୍ୟ ପାଇଁ ପ୍ରତିଦିନ ଏଠାକୁ ବହୁ ଗ୍ରାହକ ଆସି ହଠାହଟା ହେଉଛନ୍ତି । ଏହା ନିକଟରେ ମଧ୍ୟ ଅନ୍ୟ କୌଣସି ଡାକସେବା ନଥିବାରୁ ବେଳେ ଏହା ସବ ପୋଷ୍ଟ ଅଫିସ ହୋଇଥିବାରୁ ଏହା ଅଧିନରେ ଚାଲୁଥିବା ପୋଷ୍ଟ ଅଫିସ ଗୁଡିକରେ ମଧ୍ୟ ଡାକସେବା ବାଧାପ୍ରାପ୍ତ ହୋଇଛି । ବିଶେଷ କରି ନେଉଳପୁର, ଆରୁହା, ଥାନୁଆଳ ଆଦି ଡାକସେବା ଅଫିସ ଗୁଡିକରେ ମଧ୍ୟ ଡାକସେବା ହୋଇପାରୁନାହିଁ । ଏହି ବିଷୟରେ ଡାକବିଭାଗ ପୋଷ୍ଟ ମାଷ୍ଟର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି ସେଠାରୁ ନୁତନ କମ୍ପୁଟର ଯୋଗାଇ ଦିଆଯାଇନାହିଁ ବୋଲି କହିଛନ୍ତି । ତୁରନ୍ତ ଏଠାରେ କମ୍ପୁଟରକୁ ସଚଳ କରିବା ଡାକସେବା ପ୍ରଦାନ କରିବାକୁ ଦାବି ହୋଇଛି । ଅପର ପଟରେ ଜାରକା ଡାକସେବା କେନ୍ଦ୍ରରେ ଜଣେ ଅନଭିଜ୍ଞ ପୋଷ୍ଟ ମାଷ୍ଟରକୁ ନିଯୁକ୍ତ ଦିଆଯାଇଛି ସେ ଦିନ ୧ଟା ପରେ ଡାକଘରର କବାଟ ଏପରି ଭାବରେ ବନ୍ଦ କରି ରଖୁଛନ୍ତି ଯେମିତି ବାହାରକୁ ବନ୍ଦ ହୋଇଥିବା ଦେଖାଯିବ ଏବଂ ଗ୍ରାହକ ଯିବେନାହିଁ । ଏଥିସହିତ ବିଭିନ୍ନ ରସିଦ ଏବଂ ଚାଲାଲ ସମ୍ପର୍କରେ ତାଙ୍କର ଜ୍ଞାନ ନଥିବାରୁ ଗ୍ରାହକ ଫେରୁଥିବା ବେଳେ ନିଜର ଉଚ୍ଚ ଅଧିକାରୀଙ୍କୁ ପଚାରି ବୁଝିବା ଉପରେ ମଧ୍ୟ ତାଙ୍କର ଆନ୍ତରିକତା ନାହିଁ । ଫଳରେ ଏଭଳି ପୋଷ୍ଟ ମାଷ୍ଟରଙ୍କ ଦ୍ୱାରା ଏଠାରେ ମଧ୍ୟ ଡାକସେବା ବାଧାପ୍ରାପ୍ତ ହେଉଥିବା ପରିଲକ୍ଷିତ ହୋଇଛି । ତେଣୁ ବିଭିନ୍ନ ରସିଦ ଏବଂ ଚାଲାଣ କାଟିବା ପାଇଁ ସମସ୍ତ ଡାକସେବା ଅଧିକାରୀଙ୍କୁ ତାଲିମ ଦେଇ ଉପଯୁକ୍ତ ଭାବରେ ଡାକସେବା ପ୍ରଦାନ କରିବାକୁ ସାଧରଣରେ ଦାବି ହେଉଛି ।

Report- Manas Rout

Related Posts

About The Author

Add Comment