ହରିଦାସପୁରରେ ଏକ୍ସପ୍ରେସ୍ ଟ୍ରେନ ରହଣୀ ପାଇଁ ଦାବିପତ୍ର ପ୍ରଦାନ

Spread the love

ଯାଜପୁର,୧୭/୧୦(ସନ୍ଧାନ ନିୟୁଜ) ଧର୍ମଶାଳା ନିର୍ବାଚନ ମଣ୍ଡଳୀ ତଥା ଯାଜପୁର ଜିଲ୍ଲାରେ ହରିଦାସପୁର ରେଳ ଷ୍ଟେସନ ଏକ ପ୍ରମୁଖ ଷ୍ଟେସନ ହୋଇଥିବା ବେଳେ ଏଠାରୁ ପାରାଦୀପକୁ ରେଳ ସଂଯୋଗ କାର୍ଯ୍ୟ ଚାଲିଛି । ଏଠାରୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରକୁ ବହୁ ଯାତ୍ରୀ ରେଳ ମାଧ୍ୟମରେ ଯିବା ଆସିବା କରିଥାନ୍ତି । ନିକଟସ୍ଥ ପ୍ରର୍ଯ୍ୟଟନ ପୀଠ ରତ୍ନଗିରି, ଉଦୟଗିରି, ଲାଙ୍ଗୁଡି, କାଏମା, ବଜ୍ରଗିରି, ତରାପୁର, ଲଳିତଗିରି, ଯାଜପୁର ବିରଜା, ଦଶ୍ୱାସମେଧ ଘାଟ, ଦେଉଳି,ଆଜି ବୈଦ୍ଧପୀଠ ସହିତ ଅନ୍ୟାନ ପ୍ରର୍ଯ୍ୟଟନ ପୀଠ ରହିଅଛି । ଟ୍ରେନ୍ ଯୋଗେ ଏହି ସବୁ ସ୍ଥାନଗୁଡିକୁ ସହଯରେ ଯାତାୟତ କରିହେବ । କିନ୍ତୁ ଦୁଭାର୍ଗବଶଃତ ହରିଦାସପୁରରେ ଗୋଟିଏ ପାସେଞ୍ଜର ଟ୍ରେନ୍ ରହୁଥିବା ବେଳେ ଅନ୍ୟ କୌଣସି ଟ୍ରେନ୍ ରହୁନାହିଁ । ସକାଳ ସମୟରେ କେବଳ ଡିଏମୟୁକୁ ଛାଡିଦେଲେ ଅନ୍ୟ ଗୋଟିଏବି ଟ୍ରେନ୍ ଏଠାକାର ଯାତ୍ରୀଙ୍କ କାର୍ଯ୍ୟରେ ଲାଗୁନାହିଁ । ଅନ୍ୟ ୨ଟି ଟ୍ରେନ୍ ଏଠାରେ ରହୁଥିଲେ ମଧ୍ୟ ଏହି ଟ୍ରେନ୍ର ନିଦ୍ଧିଷ୍ଟ ସମୟ ନଥିବାରୁ ଏହା ଯାତ୍ରୀଙ୍କ କାର୍ଯ୍ୟରେ ଅନ୍ତରାୟ ହୋଇଛି । ଫଳରେ କେବଳ ଗୋଟିଏ ସକାଳ ସମୟରେ ଚାଲୁଥିବା ଡିଏମୟୁ ଉପରେ ପ୍ରତିଦିନ ୫୦୦ରୁ ଉର୍ଦ୍ଧ ଯାତ୍ରୀ ନିର୍ଭର କରୁଥିବା ବେଳେ ପାଖାପାଖି ୧୦ଟି ପଂଚାୟର ଲୋକମାନେ ଏହି ଷ୍ଟେସନ ଉପରେ ନିର୍ଭରଶୀଳ ରହିଥିବା ବେଳେ ଯାଜପୁର ଜିଲ୍ଲାର ଅନ୍ୟ୭ଟି ବ୍ଲକର ଲୋକମାନେ ଏହା ଉପରେ ନିର୍ଭରଶୀଳ ରହିଛନ୍ତି । ମାତ୍ର ଏକ୍ସପ୍ରେସ ଟ୍ରେନ୍ ରହୁନଥିବାରୁ ଲୋକମାନେ ଏବଂ ଯାତ୍ରୀ ମାନେ ଯିବା ଆସିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁବାର ହରିଦାସପୁର ରେଳ ବିକାଶ କମିଟ ବିଭାଗୀୟ ମନ୍ତ୍ରୀ ଏବଂ ଉଚ୍ଚଅଧିକାରୀ ଭେଟି ଏହାର ସମାଧାନ ନିମନ୍ତେ ଦାବି ପତ୍ର ଦେଇଥିଲେ ମଧ୍ୟ ଏହାର ସମାଧାନ କରାଯାଇନାହିଁ । ଫଳରେ ଏବେ ଯାତ୍ରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବନ୍ଧି ଆନେ୍ଦାଳନର ରୁପ ନେବାକୁ ବସିଛି । ଫଳରେ ଏବଂ ଯାତ୍ରୀ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ହରିଦାସପୁର ଷ୍ଟେସନ ମାଷ୍ଟରଙ୍କ ଜରିଆର ଇଷ୍ଟ କୋଷ୍ଟ ରେଲେୱର ମୁଖ୍ୟ ପରିଚାଳକଙ୍କୁ ପୁୂର୍ବବାର ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଏଠାରେ କେଉଁଝର-ବଡବିଲ ଏକ୍ସପ୍ରେସ, ଧଉଳି ଏକ୍ସପ୍ରେସ୍, ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଏବଂ ଅନ୍ୟ ପାସେଞ୍ଜର ଟ୍ରେନ୍ ରହଣୀ ପାଇଁ ଦାବିକରାଯାଇଛି । ଏଥିସହିତ ଷ୍ଟେସନର ସର୍ବାଙ୍ଗିନ ବିକାଶ କରିବାକୁ ମଧ୍ୟ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ପ୍ରକାଶ କୁମାର ରାଉତ,ବିକାଶ ସାମଲ, ରାଜେନ୍ଦ ସାମଲ, ଆଶୁତୋଷ କର, ସିପନ ସାହୁ, ଦୁର୍ଯ୍ୟଧନ ବଟ, ତୁଷାରକାନ୍ତ ଦାସ,ବିକ୍ରମ ସାହୁ,ଟକି ଜେନା, ଦେବାଶିଷ କର, ମାନସ ମଲିକ, ରୁବିନା ଦାସ, ରୁବି ସାହୁ, ସୋନାଲି ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ରେଳବିକାଶ କମିଟି ପକ୍ଷରୁ ମାନସ କୁମାର ରାଉତ, ସୁରେନ୍ଦ୍ର ରାଉତ, ରୁପେଶ ଭଦ୍ର, ବିକାଶ ଶତପଥୀ, ମିଟୁ ସାହୁ, ଅଜୟ ସାହୁ, ସିତାନାଥ ସ୍ୱାଇଁ ସମେତ ବହୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ ଆଗମୀ ଦିନରେ ଗଣଆନେ୍ଦାଳନ କରାଯିବା ସହିତ ଟ୍ରେନ୍ ରୋକ କରାଯିବ ବୋଲି ଚେତାବନୀ ଦେବା ସହିତ ଏହା ଉପରେ ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ସାଂସଦ ରିତା ତରାଇ, ଜିଲ୍ଲାପାଳ ରଂଜନ କୁମାର ଦାସ ଏହାଉପରେ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ଦାବି କରିଛନ୍ତି ।

Related Posts

About The Author

Add Comment