ସ୍ୱେଚ୍ଛାସେବୀ ସଙ୍ଗଠନ “ପ୍ରଦାନ” ପକ୍ଷରୁ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଓଡିଶା ପୁଷ୍ଟି ମହୋତ୍ସବ

Spread the love
  •  
  •  
  •  
  •  
  •  

କେନ୍ଦୁଝର, 29.01.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମରେ ଗୁରୁବାର ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରଦାନପକ୍ଷରୁ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଓଡିଶା ପୁଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି କିପରି ଅପପୁଷ୍ଟି ଦୂର ହେବ । ଜନ୍ମରୁ ୫ ବର୍ଷ ତଥା ୧୫ ବର୍ଷ ପର୍ଯ୍ୟନ୍ତ କିଶୋର ଓ କିଶୋରୀମାନେ କିପରି ପୁଷ୍ଟିକର ଖାଦ୍ୟ ଖାଇଲେ ଉତ୍ତମ ସ୍ୱାସ୍ଥ୍ୟ ହେବ ଏନେଇ ସଚେତନ କରାଇବା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ ବିଭାଗୀୟ ଅଧିକାରୀ ଓ ସ୍ବେଛାସେବୀ ସଙ୍ଗଠନର ମଧୁଚନ୍ଦ୍ରିକାରେ ଅନେକ ଶିଶୁ ଆଜି ବି ଅପପୁଷ୍ଟିରେ ଶିକାର ହେଉଥିବା ଅଭିଯୋଗ ହୋଇଛି। ପାଟଣା ବ୍ଲକ ନିର୍ବାହୀ ଅଧିକାରୀ ମନରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାଏକ, ଟାଙ୍ଗରପଡା ସରପଞ୍ଚ ରଞ୍ଜୁଲତା ନାଏକ,କେନ୍ଦେଇପଶି ସରପଞ୍ଚ ନିତ୍ୟାନନ୍ଦ ମହାପାତ୍ର, ସମିତିସଭ୍ୟ ବ୍ରହ୍ମାନନ୍ଦ ବେହେରା, ମିତ୍ରଭାନୁ ମହାନ୍ତ,”ପ୍ରଦାନର ପଞ୍ଚାୟତ ଦକ୍ଷତା ସଂଯୋଜକ ଖିଲାନା ନାଏକ,ମନରୋମା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପୁଷ୍ଟିକର ଫଳମୂଳ ସଜିତ ଷ୍ଟଲ ଦେଇଥିବା ବେଳେ ଉକ୍ତ ଷ୍ଟଲରେ ପଚାଶଢା ଫଳ ମୂଳ ଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ଓ ସ୍ୱଛାସେବୀ ସଙ୍ଗଠନର ସଲାସୁତୁରାରେ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଭୁଲି କେବଳ ଫଟୋ ଓ କାଗଜ ପତ୍ରରେ ଅପପୁଷ୍ଟି ମହୋତ୍ସବ ପାଳନ ହେଉଥିବା ଅଭିଯୋଗ ହୋଇଛି । ଏଥି ପ୍ରତି ଜିଲ୍ଳାପାଳ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Related Posts

About The Author

Add Comment