ସ୍ୱାଧିନତା ଦିବସ ଅବସରରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ

Spread the love

ଯାଜପୁର ସଦର,ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଝାଲପଡ଼ା ପଂଚାୟତ ସାନବାଗସାହି ଗ୍ରାମର ରବିନ୍ଦ୍ର କ୍ଲବ ପରିଶରରେ ୭୮ତମ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମା ଜାଡ଼େଇ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଂଜନ ବେହେରା ପତକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଅପରାହ୍ନ ସମୟରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦେଶାତ୍ମକ ସଙ୍ଗୀତ ନୃତ୍ୟ ଏବଂ ଭାଷଣ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ସଂନ୍ଧ୍ୟା ଅବସରରେ ବୀର ଯବାନ ମାନଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳୀ ଉଦ୍ଧେଷ୍ୟରେ ଭାରତ ପର୍ବ ନାମରେ ଅଦ୍ୟ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସଭାପତି ସୌଭଗ୍ୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିବା ବେଳେ, ମୁଖ୍ୟ ଅତିଥି ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସମ୍ପାଦକ ନିମାଇଁ ଚରଣ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତ୍ତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହ ସମ୍ବର୍ଦ୍ଧନା ସଭାରେ ଝାଲପଡ଼ା ପଂଚାୟତରେ ସମିତି ସଭ୍ୟ ନିର୍ମଳ କୁମାର ସାମଲ, ଯୁବନେତା ପ୍ରମୋଦ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସତ୍ୟ ଅହିଂସା ସୁଦ୍ଧତା ସେବା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସାନବାଗସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ମହାନ୍ତି, ବଡ଼ବାଗସାହୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନାରାୟଣ ମହାନ୍ତି, ଝାଲପଡ଼ା ପକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରବିନ୍ଦ୍ରକ୍ଲବର ସଭାପତି ପ୍ରମୋଦ କୁମାର ସାହୁ ପରିଚାଳନା କରିଥିବା ବେଳେ, ସଭ୍ୟ ସଭ୍ୟ ହର୍ଷବର୍ଦ୍ଧନ ବିଶ୍ୱାଳ, ଚନ୍ଦ୍ରକାନ୍ତ ଭୁଇଁଆ, ଦିଲ୍ଲିପ ଦାସ, ସତ୍ରବ୍ରତ ଦାସ, ସତ୍ୟ ଜେନା, ରିସିକାନ୍ତ ସାମଲ, ପ୍ରିୟବ୍ରତ ପାଢ଼ୀ, ଦିଲ୍ଲିପ ଜେନା, ଶ୍ରୀକାନ୍ତ ଜେନା, ସ୍ମୃତିରଂଜନ ସାହୁ, ସୁଶାନ୍ତ କବି, ପଙ୍କଜ କୁମାର ଜେନା, କିଶୋର ଦଳାଇ, ରାଜିବ ଲୋଚନ ଦଳାଇ, ମନୋରଂଜନ ସାହୁ, ପ୍ରଶାନ୍ତ କୁମାର କବି, କାହ୍ନୁ ଚରଣ କବି, ଦେବେନ୍ଦ୍ର ଦାସ, ରବି ଦାସ, ସଞ୍ଜୟ ଦାସ, ରାଜେଶ ଗିରି, ସୁଶାନ୍ତ କୁମାର ଜେନା, ରସାନନ୍ଦ ସାହୁ, ସୁଭକାନ୍ତ ଭୁଇଁଆ, ସାମ୍ବାଦିକ ବାପୁଜୀ ଚରଣ ଜେନା, କ୍ଲବର ସମସ୍ତ ସଭ୍ୟ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment