ଶ୍ରଦ୍ଧେୟ
ନବୀନ ଆଶୀର୍ବାଦ ନେବୁ ! ତୋର ଭ୍ରଷ୍ଟାଚାରୀ ବିଧାୟକ,ସାଂସଦ,ନେତା, ମନ୍ତ୍ରୀ,ଅଫିସର ମାନଙ୍କୁ ମୋର ଅଭିଶାପ ଜଣାଇବୁ ! କଳ୍ପତରୁ,ବଂଶୀବାବୁଙ୍କ ଠାରୁ ସମସ୍ତ ତଥ୍ୟ ପାଇଥିଲି, ଏଇ କିଛିଦିନ ହେବ ସ୍ୱର୍ଗପୁରୀରେ ଟିଭି ଲାଗିଛି। ସମସ୍ତେ ମିଶି ଖବର ଦେଖୁ ଓ ଓଡିଶା ଖବର ଜାଣିବା ପରେ ମୁଁ ଭାଷା ଶୂନ୍ୟ ହୋଇ ଯାଇଛି ! କଣ କହି ତୋତେ ଗାଳିଦେବି ଭାବିପାରୁ ନାହିଁ ! ଅଯୋଗ୍ୟ,ଅପଦାର୍ଥ,ନିକମ୍ମା ଭଳି ତୋର ଆଚରଣ ପ୍ରଦର୍ଶନ ମୋ ହୃଦୟକୁ ଗଭୀର ଆଘାତ ଦେଇଛି ! ନିଜେ ତ ମଦ ପିଇ ସିଗାରେଟ୍ ଟାଣି ଶରୀରକୁ ବର୍ବାଦ କରି ସାରିଲୁଣି, ଠିକ୍ ରେ ଠିଆ ହୋଇ ପାରୁନୁ, ବରଡା ପତ୍ର ପରି ଥରୁଛୁ। ଗୋଟେ କଳା ଜାମା ପିନ୍ଧି ବ୍ୟାୟାମ କରୁଥିବା ଦୃଶ୍ୟ ଟିଭିରେ ଦେଖି ମୁଁ ଓ ତୋ ମା ବହେ ହସିଲୁ। ଏତେ ସବୁ ମିଛ ଭିଡିଓ କରି ଲୋକଙ୍କୁ ଭକୁଆ ବନେଇବାର ଆବଶ୍ୟକତା କ’ଣ ଅଛି ? ସତରେ ତୁ ସେ ନରିଆ ସହ କ’ଣ ତାଳ ଦେଇ ପାରିବୁ ? ଆଉ ମୋ ରାଜ୍ୟର ଗରୀବ ଲୋକ ମାନଙ୍କୁ ମଦୁଆ ଓ କୋଢିଆ କରି ମରଣଯନ୍ତାକୁ ଠେଲି ଦେଇଛୁ ! ଦେଶ ଯାଇ କେଉଁଠି ପହଞ୍ଚି ଗଲାଣି.. ଟଙ୍କାକରେ ପାନ ଖଣ୍ଡେ ମିଳୁନାହିଁ,ତୁ ରାସନ ଚାଉଳ ଉପରେ ୨ଟଙ୍କା ସବସିଡି ଦେଇ ଟଙ୍କିକିଆ ଚାଉଳ ଯୋଗାଣ କରିବାର କଣ ଯଥାର୍ଥତା ରହିଛି ? ନାରୀ ନିର୍ଯ୍ୟାତନା,ଧର୍ଷଣ,ବଳାତ୍କାର,ହତ୍ୟା, ଗୁଣ୍ଡାମି,ଡକାୟତି ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି ! ଆରେ ତୋ ପାଖରେ ପରା ଗୃହ ବିଭାଗ ରହିଛି ! ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି କାହିଁକି ? ଶେଷରେ ମମିତା ଜଘନ୍ୟ ହତ୍ୟା ଘଟଣାକୁ ଚାପି ଦେବାକୁ ବସିଛୁ ? ସେ କଳାହାଣ୍ଡିଆ ଶଙ୍କରାକୁ ସୁରକ୍ଷା ଦେଇ କଣ ସାବ୍ୟସ୍ତ କରିବାକୁ ଚାହୁଁଛୁ ? ହଁ ଅଶୋକ ଦାସ ପୁଅ… ବବିଦାସ… ସେ କେଉଁଦିନ ନେତାରେ ଗଣତି ହେଲା ? ପରମ ବେପାରୀଟିଏ ସେ ! ପାରାଦ୍ୱୀପ ମୁହାଣରେ ଆଣ୍ଠେଇ ପଡିଥିବା ବ୍ଲାକରୋଜ ଜାହାଜରେ କୁଆଡେ ବବିଦାସ ଖଣିଜ ସମ୍ପଦ ଚୋରା ଚାଲାଣ କରୁଥିଲା ? ତୋ ଆଖିକୁ କିଛି ଦେଖାଯାଉ ନାହିଁ କି ରେ ? ଆଉ ଗୋଟେ ଦକ୍ଷିଣି ସଚିବ ପାଣ୍ଡୁକୁ କଣ କ୍ଷମତା ହସ୍ତାନ୍ତର କରିଦେବୁ ବୋଲି ସବୁ ଟୁପୁରୁଟାପୁରୁ ହେଉଛନ୍ତି ? ହଇରେ ତୋତେ କିଏ କହିଲା ମୋ ନାଁରେ ଦଳ ଗଠନ କରିବା ପାଇଁ ? ନିର୍ଲଜ କେଉଁଠିକାର ! ମାଗଣା ଯୋଜନା କରି ଭୋଟ ସିନା ପାଇଯିବୁ କିନ୍ତୁ ମୁଁ ତୋତେ କ୍ଷମା ଦେବିନାହିଁ ! ବର୍ବାଦ କରି ଦେଲୁଣି ରାଇଜଟାକୁ ! ମୁଁ ଶୁଣିବାକୁ ପାଇଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ନିରୀହ ଆଦିବାସୀ ପରିବାରର ଲୋକ ମାନଙ୍କୁ ଧର୍ମାନ୍ତରୀକରଣ କରାଇ କିରସ୍ତାନ କରାଯାଉଛି ? ଛି ଛି ଛି ଛି… ! ହଁ ତୁ କୁଆଡ଼େ ଗୋ ଚାଲାଣ ଯୋଜନା କରିଛୁ ? ଦୈନିକ ଶହ ଶହ ଗୋମାତା ପଶ୍ଚିମବଙ୍ଗ ବାଟଦେଇ ବଙ୍ଗଳାଦେଶ ପଠାଉଛୁ ? ଯିଏ ଗୋରୁ ବୋଝେଇ ଟ୍ରକକୁ ଧରି ପୋଲିସକୁ ଖବର ଦେଉଛି ତାକୁ ନେଇ ଜେଲରେ ପୁରାଉଛୁ ? ନର୍କଗାମୀ ହେବୁ ରେ… ଗୋମାତାଙ୍କ ଆଖିର ଲୁହରେ ତୋର ଶେଷ ଜୀବନର ଅବସ୍ଥା କଣ ହେବ ଜାଣିଛୁ କି ? ତ୍ରାହି ପାଇବୁ ନାହିଁ ! ହଇରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କିଏ ଲୁଚେଇ ଦେଲା ବ ସବୁ ଖୋଳ କଲା ତୁ ଜାଣି ପାରିଲୁନି ? ତୁ କିଛି ଜାଣିନାହୁଁ, ତୁ ଟା ମୂଖ୍ୟମନ୍ତ୍ରୀ ନାଁ ମୂର୍ଖମନ୍ତ୍ରୀ ବେ ? ଚାବି ଖୋଜିବାକୁ ଚବିଶ ଲକ୍ଷ ଟଙ୍କା ସ୍ୱାହା କରିଦେଲୁ ? ମୁଁ ଭାଷା ପାଉନାହିଁ ତୋତେ କି ଭାଷାରେ ଶୋଧିବି। ବଙ୍ଗଳାଦେଶୀ ଓ ରୋହିଙ୍ଗିୟା ଖଣ୍ଡିଆ ଦଳ ରାଜ୍ୟର କୋଣ ଅନୁକୋଣରେ ପ୍ରବେଶ କରି ସାରିଲେଣି ! ସେମାନଙ୍କୁ ଆଧାର କାର୍ଡ,ଭୋଟପରିଚୟପତ୍ର ଯୋଗେଇ ଦେଇ ଭୋଟ ରୁଣ୍ଡୋଉଛୁ ! ତୋର ଶାସନ କାଳରେ ଓଡ଼ିଶାର ସଂସ୍କୃତି ପରମ୍ପରା ର ଘୋର ଅବନତି ଘଟିଛି ! ବୈଦେଶିକ ଋଣ କଥା ଶୁଣି ମୋ ମୁଣ୍ଡ ପୁରା ଟିଣ ! ଛି ଛି ଛି ଛି…ଆଉ କଣ କହିବି ଅବା ଲେଖିବି ? ଖଜୁରୀଗଛ ପରି ତୁ ତ ମୂଳରୁ ପାହାଚ ପାହାଚରେ ପାଶାଣ୍ଡ।ମୁଁ ତୋତେ ଅପେକ୍ଷା କରି ରହିଛି ! ଏଠାକୁ ଆସିଲେ କଥାବାର୍ତ୍ତା ! ମଦପାଣି ବେଶୀ ପିଇବୁନି। ପେଟଟା ଘୁମ ପରି ଫୁଲିଲାଣି। ଜଳ ଉଦୁରୀ ହେଲାଣି କି କ’ଣ ଡାକ୍ତର ଦେଖେଇବୁ। ଅଧିକ କିଛି ଲେଖୁନାହିଁ ! ଇତି ତୋର ବାପା
ସ୍ୱର୍ଗରୁ ବିଜୁବାବୁ ଖଣ୍ଡିଏ ଚିଠି
|
January 12, 2022 |