ଯାଜପୁର ଜିଲ୍ଲା ରେ ପୁଣି ଜଣେ କରୋନା ପଜେଟିଭ୍ ; ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଇ ୫୬ରେ ପହଞ୍ଚିଲା

Spread the love
  •  
  •  
  •  
  •  
  •  
ଯାଜପୁର, ୧୪/୦୪ (ସନ୍ଧାନ ନିୟୁଜ) ରାଜ୍ୟରେ ଆଜି ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ପକ୍ଷରୁ ସୁଚନା ମିଳିଛି । ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍ ଜାଫରପୁରଗ୍ରାମ ପଞ୍ଚାୟତ ସାନ ତ୍ରିଲୋଚନ ପୁର ଗ୍ରାମର ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ସେ କୋଲକତାରୁ ଏକ ପରିବା ଗାଡି ଟାଟା ମ୍ୟାଜିକ୍ ରେ ଗତ ମାର୍ଚ୍ଚ ୨୮ରେ କୋଲକାତାରୁ ଫେରିଥିଲେ। ତାଙ୍କ ସହିତ ୧୭ ଜଣ ଲୋକ ମଧ୍ୟ ଆସିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଭଦ୍ରକ ଜିଲ୍ଲାର ଏବଂ ୧୦ ଜଣ ଯାଜପୁର ଜିଲ୍ଲାର।ସେ ଆସିବା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ଚିକିତ୍ସା ପାଇଁ ଯାଇଥିଲେ।ଗତ ୧୦ ତାରିଖରେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା। ତେବେ ଗତକାଲି ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ଯାଇଥିବା ବେଳେ କୋଭିଡ୍-୧୯ ପଜିଟିଭ୍ ଆସିଛି। ବର୍ତ୍ତମାନ ତାଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତେବେ କଣ୍ଟାକ୍ଟ ଟ୍ରେସିଂ ପରେ ସେହି ଗାଡିରେ ୭ ରୁ ୮ ଜଣ ଥିବା ଜଣାପଡିଛି। ରାଜ୍ୟର ୫୬ ନମ୍ବର ଆକ୍ରାନ୍ତ ଯାଜପୁର ଜିଲ୍ଲାର ହୋଇଥିବାରୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଯାଜପୁରର  ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାର ସାନିତ୍ରିଲୋଚନପୁର ଓ ସଇପୁରର ଗ୍ରାମରକିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ସୁଚନା ଯୋଗ୍ୟ-ଏହାପୂର୍ବରୁ ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ସେ ଗତ ୧୦ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୫ ଜଣ ଗତକାଲି ସୁସ୍ଥ ହୋଇଥିଲେ। ଏମାନେ ସମସ୍ତେ ରାଜଧାନୀର। ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ରୋଗୀମାନଙ୍କର ନମୁନା ଗତକାଲି ନେଗେଟିଭ୍ ଆସିଥିଲା। ତେଣୁ ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ସଂକ୍ରମିତଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବାବେଳେ ଗତକାଲି ଏହି ସଂଖ୍ୟା ୧୮ରେ ପହଞ୍ଚିଥିଲା।

Related Posts

About The Author

Add Comment