ବୈପାରିଗୁଡା ୨୩/୫ (ସନ୍ଧାନ ନିୟୁଜ)- ସୋସିଆଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତ ଭାଇରାଲ ପରେ ବିବାହ ଭାଙ୍ଗିଲା, ଅଭିଯୋଗ ଆଣିଲେ ପରିବାର ଲୋକେ ।କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର କୁସପାର ଗ୍ରାମର ଜୈନେକ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ସୋସିଆଲ ମିଡିଆରେ ଭାଇରଲ ପରେ ବିବାହ ପ୍ରସ୍ତାବ କଟିଥିବା ଘଟଣା ଏବେ ସାମ୍ନାକୁ ଆସିଛି | ଅଶ୍ଳୀଳ ଫୋଟ ଦେଖାଇ ଯୁବକ ଜଣକ ହଇରାଣ କରୁଥିବା ପିଡ଼ିତା ଜଣକ ଅଭିଯୋଗ କରିଛନ୍ତି ।ଏଭଳି ଅଭିଯୋଗ ପାଇବା ପରେ ବୈପାରିଗୁଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।ଅନ୍ୟପଟେ ଅଭିଯୁକ୍ତ ଫେରାର ଥିବାରୁ ଗିରଫ କରାଯାଇନଥିବା ଜଣାପଡିଛି ।ଖବର ରୁ ପ୍ରକାଶ ଯେ,ବୈପାରିଗୁଡା ଥାନା ଅଞ୍ଚଳର ଜୈନେକ ଯୁବତୀ କଲେଜ ଯିବା ଆସିବା ସମୟରେ ସ୍ଥାନୀୟ ଅଞ୍ଚଳର ଦୀପକ ଛେଣ୍ଡିଆ ନାମକ ଜଣେ ଯୁବକ ତାଙ୍କୁ ବାଇକ ରେ ପ୍ରତିଦିନ କଲେଜ ଛାଡ଼ୁଥିଲେ ।ଗତ ଅକ୍ଟୋବର ମାସରେ ଦୀପକ ଓ ତାଙ୍କ ସାଙ୍ଗ ଦୁର୍ଯ୍ୟୋଧନ କଲେଜରେ ଛାଡ଼ିଦେବୀ କହି ବାଇକ ରେ ବସାଇଥିଲେ ।ରାସ୍ତାରେ ପାଣି ବୋତଲରେ ନିଶା ଦ୍ରବ୍ୟ ମିଶାଇ ପିଇ ବାକୁ ଦେଇଥିଲେ ।ଏହି ନିଶା ଦ୍ରବ୍ୟ ପାଣି ପିଇବା ପରେ ଯୁବତୀ ଜଣକ ର ମୁଣ୍ଡ ବୁଲାଇ ଥିଲା ଏହା ଦେଖି ଦୀପକ ଓ ଦୁର୍ଯ୍ୟୋଧନ ତାଙ୍କୁ ଗୋଟିଏ ସ୍ଥାନକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।ଏହି ସମୟରେ ଯୁବତୀଙ୍କ ଫୋଟ ମଧ୍ୟ ଉଠାଇଥିଲେ କିନ୍ତୁ ଯୁବତୀଙ୍କ ହଠାତ ନିଶା କମିଯିବାରୁ ଦୁଷ୍କର୍ମ କରିବାରେ ବିଫଳ ହୋଇଥିଲେ ।ପରବର୍ତ୍ତୀ ସମୟରେ ମୋବାଇଲ ରେ ଉଠାଇଥିବା ଅଶ୍ଳୀଳ ଫୋଟ କୁ ଭାଇରାଲ କରିବାକୁ ଧମକ ଦେଇ ଦୀପକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।ଏପରିକି ଦିନେ ନିଜ ସାଙ୍ଗ ସହିତ ସମ୍ପର୍କ ରଖିବାକୁ ଦୀପକ ବାଧ୍ୟ କରିବାରୁ ଯୁବତୀ ଜଣକ ମନା କରିଦେଇଥିଲେ ।ଅଶ୍ଳୀଳ ଫୋଟ ଭାଇରାଲ କରିବାକୁ ଧମକ ଦେବାରୁ ଭୟରେ ଯୁବତୀ ଜଣକ ଦୀପକ ଙ୍କୁ ୪ହଜାର ଟଙ୍କା ଦେଇଥିଲେ ।କିଛି ଦିନ ତଳେ ଯୁବତୀଙ୍କ ବାହାଘର ଠିକ ହୋଇଥିଲା କିନ୍ତୁ ଦୀପକ ଅଶ୍ଳୀଳ ଫୋଟ ଗୁଡ଼ିକ ଫେସବୁକ ଓ ୱାଟସପ ରେ ଭାଇରାଲ କରିବାରୁ ଯୁବତୀଙ୍କ ବିବାହ ପ୍ରସ୍ତାବ ଭାଙ୍ଗିଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ପରିବାର ଲୋକେ ।ଅତିଶୀଘ୍ର ମୁଖ୍ୟ ଅଭିଯୁକ୍ତ ଗିରଫ ହେବ ବୋଲି ଥାନା ଅଧିକାରୀ ରମେଶ କୁମାର ଦେବତା ପ୍ରକାଶ କରିଛନ୍ତି ।ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକାରୀ କୁ ଗିରଫ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି । ରିପୋର୍ଟ – ସରୋଜ କୁମାର ଲେଙ୍କା ।
ସୋସିଆଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତ ଭାଇରାଲ ପରେ ବିବାହ ଭାଙ୍ଗିଲା
|
May 23, 2019 |
