ଠାକୁରମୁଣ୍ଡା, 09.12.2020 (ଲିଙ୍ଗରାଜ ପଣ୍ଡା): ସୋଲାର ପ୍ଲେଟ ଚୋରୀ କରି ଆଣୁଥିବା ବେଳେ ମଙ୍ଗଳବାର ୬ ଜଣ ଯୁବକ ଧରା ପଡିଛନ୍ତି ଗ୍ରାମବାସୀ ମାନଙ୍କ ହାତରେ ଘଟଣା ଟି ଘଟିଛି ଭୀମକୁଣ୍ଡ ନିକଟ ପଡିଆବେଡା ଚତୁରି ସାହି ଗ୍ରାମରେ ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଅଲୋକୀକରଣ ନିମନ୍ତେ ଲାଗିଥିବା ସୌରଚାଳିତ ଲାଇଟ ଖୁଣ୍ଟର ଉପରେ ଲାଗିଥିବା ୨ ଟି ସୋଲାର ପ୍ଲେଟକୁ ଚୋରୀ କରି ୨ ଟି ବାଇକରେ ୬ ଜଣ ଯୁବକ ବିଳମିତ ରାତିରେ ଆସୁଥିବା ବେଳେ ଚତୁରିସାହି ଗ୍ରାମ ନିକଟରେ ଗ୍ରାମବାସୀ ମାନଙ୍କ ହାବୁଡ଼ରେ ପଡ଼ି ଧରପଡିଥିଲେ । ଚତୁରିସାହି ରେ କିଛିଦିନ ହେଲା ଛେଳି ଚୋରି ହେଉଥିବାରୁ ଲୋକେ ଛେଳି ଚୋର ମାନଙ୍କୁ ଧରିବାକୁ ରାସ୍ତା ରେ ଜଗି ଥିବା ବେଳେ ସୋଲାର ପ୍ଳଟ ଚୋର ହାବୁଡ଼ରେ ପଡିଯାଇଥିଲେ। ସୋଲାର ପ୍ଲେଟ ଗୁଡିକୁ ସେମାନେ ଭୀମକୁଣ୍ଡରୁ ଚୋରୀ କରି ଆଣିଥିବା ଜାଣି ଲୋକେ ପର୍ଯ୍ୟଟନ ସ୍ଥଳୀ ଦାୟିତ୍ବ ରେ ଥିବା ବନବିଭାଗ ଓ ପୋଲିସ କୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରୁ ଧରା ପଡ଼ିଥୁବା ଏହି ୬ ଜଣ ଯୁବକକୁ ଧରିଆଣି ଠାକୁରମୁଣ୍ଡା ଥାନାରେ ଜିମା ଦେଇଥିଲେ। ଠାକୁରମୁଣ୍ଡା ଥାନା ପୋଲିସ ଘଟଣାର ଅନୁସନ୍ଧାନ କରି ଏହିମାନେ ପୂର୍ବରୁ ଭୀମକୁଣ୍ଡ ରୁ ଚୋରି କରି ଘର ମାନଙ୍କରେ ରଖୁଥିବା ୫ ଟି ସୋଲାର ପ୍ଳଟ ଓ ୫ ଟି ବ୍ୟାଟେରୀ କୁ ପୋଲିସ୍ ଉଦ୍ଧାର କରିଥିଲେ ୨ ଟି ବାଇକ ଓ ୩ ମୋବାଇଲ ଜବତ କରିଛି । ଏ ନେଇ ଫୋରେଷ୍ଟର ଜୋତିନ୍ଦ୍ର ବେହେରା ଙ୍କ ଅଭିଯୋଗ କ୍ରମେ ଏ ନେ ଠାକୁରମୁଣ୍ଡା ପୋଲିସ କେଶ ନଂ ୧୧୩ ଅନୁଯାୟୀ ଏକ ମାମଲା ରୁଜୁ କରି ଧରାପଡିଥିବା ଏହି ୬ ଜଣ ଯୁବକ କୁ ଗିରଫ କରିଛି ତେବେ ଝର ଗ୍ରାମର ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛି । ଗିରଫ ହୋଇଥିବା ୬ ଜଣ ଯୁବକ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେଲୋପୋଷି ପ୍ରମର ଜାଡେଶ୍ଵର ମହାନ୍ତ, ଦିପୁ ମହାନ୍ତ, ନୀଳ ଲୋହାର,ଦେବେନ୍ଦ୍ର ମହାନ୍ତ, ବାସୁଦେବ ମହାନ୍ତ ଓ ଲୋଚନ ମହାନ୍ତ ବୋଲି ଜଣା ପଡିଛି ।
ସୋଲାର ପ୍ଲେଟ ଚୋରି କରି ଆଣୁଥିବା 6 ଯୁବକଙ୍କୁ ଧରିଲେ ଗ୍ରାମବାସୀ
|
December 9, 2020 |