ଆନନ୍ଦପୁର,୧୬/୧୨(ସନ୍ଧାନ ନିୟୁଜ): କଟକ ନିକଟସ୍ଥ ବୋଷ ଇଞ୍ଜିନିୟରିଙ୍ଗ କଲେଜର ତିନି ଜଣ ଛାତ୍ର ସାଙ୍ଗ ହୋଇ ବୁଲିବାକୁ ଘଟଗାଁ ତାରିଣୀ ଆସିଥିଲେ । ସେମାନେ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ବିଭୁପ୍ରସାଦ ବେହେରା ବିଭୁପାଦାନନ୍ଦ ପ୍ରଧାନ ଏବଂ ବୈଲୋଚନ ସାମଲ ବୋଲି ଜଣାପଡ଼ିଛି । ଘଟଗାଁରୁ ବୁଲାବୁଲି ସାରି ଘରକୁ ଫେରିବା ସମୟରେ ଆନନ୍ଦପୁର
ନିକଟସ୍ଥ ବୈତରଣୀ ନଦୀରେ ନୂତନ ନିର୍ମିତ ବ୍ୟାରେଜକୁ ଦେଖିବା ପାଇଁ ଯାଇଥିଲେ । ବ୍ୟାରେଜ୍ ବୁଲିବା ପରେ ତଳକୁ ଯାଇ ବୈତରଣୀ ନଦୀ ପାଖରେ ଠିଆ ହୋଇ ସେଲ୍ଫି ନେଉଥିବା ସମୟରେ କୌଣସି କାରଣରୁ ବୈଲୋଚନ ଗୋଡ ଖସିଯାଇଥିଲା । ଫଳରେ ବୈଲୋଚନ ନଦୀ ମଧ୍ୟକୁ ଖସି ଯାଇଥିଲେ ଏବଂ ଘଟଣାସ୍ଥଳରୁ ନିଖୋଜ ହୋଇଯାଇଥିଲେ । ଘଟଣା ଦେଖି ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଆନନ୍ଦପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୈଲୋଚନକୁ ନଦୀ ମଧ୍ୟରେ ଖୋଜା ଖୋଜି କରିଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବୈଲୋଚନଙ୍କୁ ଖୋଜିବାରେ ଅଗ୍ନିଶମ ବାହିନୀ ବିଫଳ ହୋଇଥିବା ବେଳେ ବୈଲୋଚନଙ୍କର କୌଣସି ପତା ମିଳିନାହିଁ ।
ଓଡିଆ ପୁଅ