ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ତରଫରୁ ୭୮ ତମ ସ୍ବାଧିନତା ଦିବସ ପାଳିତ,

Spread the love

ଚଣ୍ଡିଖୋଲ, (ସନ୍ଧାନ ନିୟୁଜ) ଆଜି ସାରା ଦେଶ ଧୁମ୍ ଧାମରେ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ ସେଥିରୁ ବାଦ୍ ପଡିନି ଚଣ୍ଡିଖୋଲ ନେଉଳପୁର ସ୍ଥିତ ଏସ୍ ଟି ଜାଭିୟର୍ସ ପବ୍ଲିକସ୍କୁଲ ,ସୁଚନାଅନୁଯାଇ ଆଜି ସକାଳ ୭ ଘଟିକା ସମୟରେ ସ୍କୁଲର ଅଧ୍ୟକ୍ଷ ରବିନ୍ଦ୍ର କୁମାର ତ୍ରପାଠୀଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରଭାତ ପରିକ୍ରମା କରି ପ୍ରଥମେ ଚଣ୍ଡିଖୋଲ ଫାଣ୍ଡିରେ ପହଞ୍ଚିଥିଲେ,ସେଠାରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଫାଣ୍ଡି ଅଧିକାରୀ ଅସିତ୍ କୁମାର ବଳବନ୍ତରାୟ ସ୍ବାଗତ କରିବାସହ ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ଜାତୀୟ ସଙ୍ଗୀତ ଗାନ କରିଥିଲେ,ପରେ ପରେ ଅଧିକାରୀ ଅସିତ୍ କୁମାର ବଳବନ୍ତରାୟ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଭାରତ ମାତା କି ଜୟ ଧ୍ୱନି ଦିଆଯିବା ସହ ଦେଶାତ୍ମlବୋଧକ ନାଚ ଗୀତ ଲୋକ ମାନଙ୍କ ହୃଦୟ କୁ ସ୍ପର୍ଶ କରିପାରିଥିଲା,ପରେପରେ ଛାତ୍ର ଛାତ୍ରୀ ମାନେ ପ୍ରଭାତ ପରିକ୍ରମାରୁ ଆସି ଏସ୍ ଟି ଜାଭିୟର୍ସ ପବ୍ଲିକ ସ୍କୁଲରେ ପହଞ୍ଚି ଜାତୀୟ ସଙ୍ଗୀତ ଗାନ କରିବା ସହିତ ମୁଖ୍ୟ ଅତିଥି ତଥା ସ୍କୁଲ ନିର୍ଦ୍ଦେଶକ ଦୁଷ୍ମନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଏକ ସଭା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦୁଷ୍ମନ୍ତ କୁମାର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ମନସ୍ମିତା ପଣ୍ଡା ଯୋଗଦେଇ ସ୍ବାଧିନତା ଦିବସର ସାରଗର୍ଭକ ଆଲୋଚନା କରି କିପରି ଆଜିର କୁନି କୁନି ପିଲା ମାନେ କାଲି ଦେଶର ସୁନାଗରିକ ହୋଇ ଦେଶର ନାଁ ରଖିପାରିବେ ସେ ବିଷୟରେ ପିଲା ମାନଙ୍କୁ ଅବଗତ କରାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗନେଇ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ,କାର୍ଯକ୍ରମ ଟିକୁ ସ୍କୁଲର ବରିଷ୍ଟ ଶିକ୍ଷକ ଶିକ୍ଷୟିତ୍ରୀ ମନୀଷା ଭଗତ,ଅନିତା ଓଝା,ସାଇନା ପରବିନ୍, କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ସିନା ପରିଚାଳନା କରିଥିବା ବେଳେ ଏମାନଙ୍କୁ ସହୋଯୋଗ କରିଥିଲେ ଝରାଶ୍ରି ସାହୁ, ପୂର୍ଣ୍ଣିମା ବେହେରା,ମାନସ ରଞ୍ଜନ ସାମଲ, ଶିଳ୍ପା ଶ, ଦେବଶ୍ରୀ ଓଝା,ଜୟନ୍ତୀ ସାହୁ,ପ୍ରମୋଦିନୀ ସାହାଣୀ, ସୁପ୍ରିୟା ପରିଡ଼ା,ପ୍ରଜ୍ଞା ପରୀମିତା, ପ୍ରିୟଙ୍କା ନାୟକ,ପ୍ରିୟଦର୍ଶିନୀ ବେହେରା,ମଧୁସ୍ମିତା ନାୟକ, ଓ ଶେଷରେ ଶିକ୍ଷକ ଚିରଞ୍ଜିବ ମିଶ୍ରଙ୍କ ଦ୍ଵାରା ଧନ୍ୟବାଦ୍ ଦିଆଯାଇ ସଭା କାର୍ଯ୍ୟକ୍ରମଟି ସମାପନ କରାଯାଇଥିଲା

Report-Manas Rout

Related Posts

About The Author

Add Comment