ସେକ୍ସ ରାକେଟ ଠାବ; ୬ ଗିରଫ

Spread the love

ଯାଜପୁର, ୦୨/୦୯/୨୦୨୨ (ସନ୍ଧାନ ନିଉଜ) ଯାଜପୁର ପାଣିକୋଇଲି ଛକ ନିକଟ ଶ୍ରୀହରୀ କଟେଜ୍ ନାମକ ହୋଟେଲରୁ ସେକ୍ସ୍ ରାକେଟ ଠାବ କରିଛି ପୋଲିସ । ତେବେ ଏହି ଘଟଣାରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ମୋଟ ୬ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଜଣେ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବା ସହ ୪ ଜଣ ଗ୍ରାହକଙ୍କୁ କାବୁ କରାଯାଇଥିବା ଜଣାପଡ଼ିଛି । ପୁର୍ବରୁ ସେହି ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ପୋଲିସ ପାଖରେ ଖବର ଥିଲା ।

ତେଣୁ ଆଜି ପୁର୍ବ ସୁତ୍ର ମୁକାବକ ଅଚାନକ ଚଢାଉ କରାଯାଇଥିଲା । ତେବେ ଏହି ଘଟଣା ପରେ ହୋଟେଲ କୁ ପୋଲିସ୍ ପକ୍ଷରୁ ସିଲ୍ କରାଯାଇଛି ।

Related Posts

About The Author

Add Comment