ଯାଜପୁର, ୧୬ା୦୧ (ସନ୍ଧାନ ନିୟୁଜ):ଧର୍ମଶାଳା ବ୍ଲକ ଅନ୍ତର୍ଗତ ମା ମୋତେଇ ପଡିଆରେ ଚାଲିଥିବା ୨୬ତମ ସୁନ୍ଦରିଆ ପ୍ରିମିୟର ଲିଗ୍ ଫାଇନାଲ ଉଦଯାପିତ ହୋଇଯାଇଛି । ଆଜିର ମ୍ୟାଚକୁ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ଉଦଘାଟନ କରିଥିଲେ । ଆଜିର ମ୍ୟାଚ ବଡବାଘସାହି ଏବଂ ବମ୍ପୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଡବାଘସାହି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ଓଭର ସୁଧା ନିଜର ସମସ୍ତ ୱକେଟ ହରାଇ ୧୫୦ ରନ୍ କରିପାରିଥିଲା । ଜବାବରେ ବମ୍ପୁ ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୭.୨ଓଭର ସୁଧା ନିଜର ୫ ୱକେଟ ହରାଇ ଚଳିତ ବର୍ଷ ଚାମ୍ପିଆନ ଅର୍ଜନ କରିଥିଲା । ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉସôବରେ ମୁଖ୍ୟ ଅତିଥିଭାବେ ଅଂଶୁମାନ ମୋମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁ, ମୁଖ୍ୟବକ୍ତା ଭାବେ ଓଡିଡିସିର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯାତା ଜଗତର ପ୍ରସିଦ୍ଧ ଅଭିନେତା ଗୋ÷ର ଦାସ, ଅଭିନେତ୍ରୀ କାଜଲ, ବନମାଳି ସେନାପତି, ବୌଦ୍ଧଗବେଷକ ମାନସ ରାଉତ, ନିୟୁ ଲାଇଫ ୟୁଥ୍ କ୍ଲବ ମ୍ୟାନେଜର ନିର୍ମଳ ଦାସ, ଅସଲାମ ଅଲ୍ଲୀ, ତାରୀଣି ନାୟକ ପ୍ରମୁଖ ଯୋଗଦେଇ କ୍ରୀଡାର ବିକାଶ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ମତଦେବା ସହିତ ଉଭୟ ଦଳକୁ ରନସ ଅଫ ଏବଂ ଚାମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ରତ୍ନାକର ପ୍ରଧାନ ମ୍ୟାନ ଅଫ ଦି ସିରିଜି ଭାବେ ଶ୍ରୀକାନ୍ତ ରାଉତଙ୍କୁ ବିବେଚନା କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ ସୁନ୍ଦରିଆ ମଠକୁ ପ୍ରର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି କରାଯାଇଥିଲା ବେଳେ ଓଟିଡିସି ଅଧ୍ୟକ୍ଷ ଏହା ଉପରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ । ଫାଇନାଲ ମ୍ୟାଚକୁ ଦେବରାଜ ମିଶ୍ର, ସୁବତ୍ର ଜେନା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିୟୁ ଲାଇଫ ୟୁଥ କ୍ଲବର ସଭାପତି ସପ୍ତସାଗର ଦାସଙ୍କ ନେତୃତ୍ୱରେ ଚାଲିଥିବା ଏହି ମ୍ୟାଚରେ ସଭ୍ୟ ସାଗର ସାମଲ, ସୁଭ୍ରଜିତ ଦାସ, ସନ୍ଦୀପ ଦାସ, ସୁନିଲ ନାୟକ, ଆଶିଷ ବିଶ୍ୱାଳ ସୁବତ୍ର ସାମଲ, ଚନ୍ଦନ ସ୍ୱାଇଁ, ଶୁଭ ରଂଜନ ପରିଡା,ପ୍ରଶାନ୍ତ ସ୍ୱାଇଁ, ଅମ୍ବିତ ସାମଲ, ରାଜୀବ ଦାସ, ଅବିଶେକ ବେହେରା, ଶ୍ରୀକାନ୍ତ ଦାସ, ବିଜୟ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଝଂଟି ପରିଡା, ପିଙ୍କୁ ପରିଡା, ସଂଜୟ ଦାସ ବିବରଣୀ ପ୍ରଦାନ କରିଥିଲେ ।
ସୁନ୍ଦରିଆ ପ୍ରିମିୟର ଲିଗ୍ ଉଦଯାପିତ: ବଡବାଘସାହିକୁ ହରାଇ ବମ୍ପୁ ଚାମ୍ପିଆନ
|
January 16, 2020 |