ଯାଜପୁର, ୮/୧୦(ସନ୍ଧାନ ନିୟୁଜ) ରାଜ୍ୟରେ କେହି ରକ୍ତ ବିନା ମରିବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଯାଇ ଯାଜପୁର ଜିଲା ସୁକିନ୍ଦା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରୀତିରଂଜନ ଘଡାଇ ଉଦ୍ୟମରେ ୮ଟି ସ୍ଥାନରେ ଆୟୋଜିତ ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ୨୦୭୭ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଏହି ରକ୍ତଦାନ ଶିବିରକୁ ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡାଇ ଉଦଘାଟନ କରିଥିଲେ। ଗ୍ରାମଚଂଳରେ ରକ୍ତଦାତା ମାନଙ୍କୁ ସଚେତନ କରିବାପାଇଁ ପକ୍ଷରୁ ବ୍ୟାପକ ସଚେତନତା ହାତକୁ ନିଆଯାଇଛି ଏହାର ସଦ୍ୟ ଉଦାହରଣ ସୁକିନ୍ଦା ର ବିଭିନ୍ନ ଅଂଚଳରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୨୦୭୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ବୋଲି ଶ୍ରୀ ଘଡାଇ ପ୍ରକାଶ କରିଛନ୍ତି। ଚଳିତ ୨୦୧୮ ମସିହାରେ ସାରା ଓଡିଶା ସୁକିନ୍ଦା ଜୀବନବିନ୍ଦୁ କାର୍ଯ୍ୟକ୍ରମ ରକ୍ତ ସଂଗ୍ରହ କରିବାରେ ପ୍ରଥମ ସ୍ଥାନ ରେ ଅଛି ବୋଲି ବିଧାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ଜୀବନବିନ୍ଦୁ କାଯ୍ୟକ୍ରମର କୋଡିନେଟର ପ୍ରଦୀପ କୁମାର ମହାନ୍ତ, ସୁକିନ୍ଦା ବ୍ଳକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଂଜନ ବରାଳ, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ, ଉପାଧ୍ୟକ୍ଷ ସଂଧାଶୁ ଭଂଜ, ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ଜୀବନବିନ୍ଦୁ କାଯ୍ୟକ୍ରମର କୋଡିନେଟର ପ୍ରଦୀପ କୁମାର ମହାନ୍ତି, ଶ୍ରମିକ ନେତା ନାରାୟଣ ଚନ୍ଦ ଧୀର, ଜିଲାପରିଷଦ ସଭ୍ୟା ସରୋଜୀନି ରାଜ, ଭାଗ୍ୟଲକ୍ଷ୍ମୀ ରାଉତ, ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ଦେବୀ ପ୍ରସାଦ ମହାନ୍ତି, ଦାନଗଦୀ ବ୍ଲକ ଯୁବ ବିଜେଡ ସଭାପତି ମହେଶ୍ୱର ଗୁରୁ.ସାସ୍ୱତ ହେହୁରା ପ୍ରଦୀପ ନାୟକ ସମେତ ବହୁ ବିଜେଡି କର୍ମୀମାନେ ଉପସ୍ତିତ ଥିଲେ।
ତାଜା ଖବର
- ଘୋଘର ଗ୍ରାମ ରେ ସ୍କୁଟି ଚୋରି, ତଲସରା ଥାନା ରେ ଅଭିଯୋଗ
- “ଅର୍ଘ୍ୟ” ଅନୁଷ୍ଠାନର “ପ୍ରଥମ ବାର୍ଷିକ ଉତ୍ସବ-୨୦୨୬”,
- ବ୍ରହ୍ମାକୁମାରୀ ଛତିଆ ପକ୍ଷରୁ ରକ୍ତଦାନ ଶିବିର
- ଜାତୀୟ କ୍ରୀଡ଼ା ଦିବସ: ୩ ଦିନ ବ୍ୟାପୀ ପାଳନ ହେବ କ୍ରୀଡ଼ା ଉତ୍ସବ
- ରକ୍ତତୀର୍ଥ କଳାମାଟିଆ ଠାରେ ୮୪ ତମ ବରୀ ସହିଦ ଦିବସ ସମାରୋହ ପାଳିତ
- ଜାତୀୟ କ୍ରୀଡା ଦିବସ ଅବସରରେ ଯାଜପୁରରେ ସାଇକେଲ ରାଲି ଆୟୋଜିତ
- ଚାଷୀ ପଞ୍ଜିକରଣ କୁ ନେଇ ତିହିଡ଼ି ରେ ଚାଷୀ ଅସନ୍ତୋଷ
- ଆମ ସରକାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବ। ଅଭିମନ୍ୟୁ ସେଠୀ।
- ଚାରପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଓ ସଂସ୍କୃତ ସପ୍ତାହ ପାଳିତ
- କିଞ୍ଜିରକେଲା ଚୁଇଢିପା ଗାଁ ଜଙ୍ଗଲ ରେ ଚିନ ଦେଶ ର ସାମଗ୍ରୀ ଚିହ୍ନଟ



