ବାରିପଦା-୧୧/୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ସୀମାନ୍ତ କଲେଜସ୍ଥିତ କ୍ବାରେନଣ୍ଟାଇନ୍ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଇଛି । ଏଠାରେ ଥିବା ପ୍ରବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଉ ନାହିଁ । ଏଣୁ ପରିବାର ଲୋକେ ଖାଦ୍ୟା ଦେବାକୁ ଆସିଥିବା ବେଳେ ବିରୋଧ କରିବାରୁ ପୋଲିସ ଆକ୍ରୋଶର ଶିକାର ହୋଇଥିବା ସୂଚନା ମିଳିଛି । ଏନେଇ ଥାନାରେ ଅଭିଯୋଗ ପରେ ଝାରପୋଖରିଆ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଜଣେ ପୋଲିସ କର୍ମଚାରୀ କଲେଜ ପ୍ରଶ୍ନପତ୍ର ସୁରକ୍ଷା ପାଇଁ ମୁତୟନ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରବାସୀଙ୍କ ଅଭିଯୋଗ ଅନୁସାରେ ଉକ୍ତ ଟିଏମସି ରେ ଅନ୍ତେଃବାସୀଙ୍କୁ ତେଲ, ସାବୁନ,ଟୁଥପେଷ୍ଟ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଉନି । ଏନେଇ ସ୍ଥାନୀୟ ସରପଞ୍ଚ କିମ୍ବା ବିଡ଼ିଓଙ୍କୁ ଜଣାଇଲେ କୈାଣସି ସୁଫଳ ମିଳୁନି । ୨୦ଦିନ କ୍ବାରେନଣ୍ଟାଇନ୍ ଥିବା ବେଳେ ସେମାନଙ୍କୁ ପୂର୍ବରୁ ମିଳିଥିବା ସାବୁନ,ପେଷ୍ଟରେ ଚଳାଇ ନେବାକୁ ବାଧ୍ୟ କରାଯାଉଛି । ଏଣୁ ଲୋକେ ଆଣିଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରବାସୀଙ୍କୁ ଦେବା ପାଇଁ ସୁଯୋଗ ମିଳୁନି । ବ୍ୟାପକ ଅବ୍ୟବସ୍ଥା ଭିତରେ ସେମାନେ ବନ୍ଦୀ ଜୀବନ କାଟୁଥିବା ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ନୂଆକରି ସଙ୍ଗରୋଧ କେନ୍ଦ୍ରକୁ ଆସୁଥିବା ବ୍ୟକ୍ତିଙ୍କୁ ପୂର୍ବରୁ ରହିଥିବା ଅନ୍ତେବାସୀଙ୍କ ସହ ରହିବାକୁ ବାଧ୍ୟ କରାଯାଉଛି । ଉକ୍ତ କେନ୍ଦ୍ରକୁ ସାନିଟାଇଜ୍ କରାଯାଉନି । ଏପରିକି ଗୋଟିଏ ବେଡ୍ ରେ ୨ଜଣ ଙ୍କୁ ଶୋଇବାକୁ କୁହାଯାଉଥିବା ମହିଳା ଅନ୍ତେବାସୀ କହିଛନ୍ତି । ସଙ୍ଗରୋଧ କେନ୍ଦ୍ର ଦାୟିତ୍ଵ ରେ ଥିବା ଅଧିକାରୀ ମଧ୍ୟ ଏଦିଗରେ କୈାଣସି ପଦକ୍ଷେପ ନେଉ ନ ଥିବା ପ୍ରବାସୀ ଅଭିଯୋଗ କରିଛନ୍ତି । ଏପରି ଅନିୟମିତତା ଘଟଣାରେ ତଦନ୍ତ ଜରୁରୀ ବୋଲି ସେମାନେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।