ସିମେଣ୍ଟ କାରଖାନାରେ ବିସ୍ଫୋରଣ,  ମହିଳା ଶ୍ରମିକଙ୍କ ମୃତ୍ୟୁ 

Spread the love
ରାଜଗାଙ୍ଗପୁର,  ୨୯/୧/୨୦ (ସନ୍ଧାନ ନିଉଜ) : ସିମେଣ୍ଟ କାରଖାନାରେ ବିସ୍ଫୋରଣ ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଓସିଏଲ୍‌ ସିମେଣ୍ଟ କାରଖାନାରେ ଘଟିଛି।  ସିମେଣ୍ଟ କାରଖାନାର ବ୍ଲାଷ୍ଟଫର୍ଣ୍ଣେସ୍‌ରେ ସଫେଇ ଚାଲି ଥିଲା।  ଶ୍ରମିକମାନେ ସଫେଇ କରୁଥିବା ବେଳେ ହଠାତ୍‌ ବ୍ଲାଷ୍ଟଫର୍ଣ୍ଣେସ୍‌ରେ ବିସ୍ଫୋରଣ ହୋଇଥିଲା। ଫଳରେ ରଶ୍ମିତା କୁଜୁରୁ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Related Posts

About The Author

Add Comment