ସାରନଗରୀ ଘରୋଇ ଇଂଲିସ ସ୍କୁଲରେ ଚାଲିଛି କଳା ସାମ୍ରାଜ୍ୟ; ଅନ୍ତ କେବେ?

Spread the love

ରାଉରକେଲା, ୧୬/୦୩ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଦୀର୍ଘ  ବର୍ଷ ହେଲା ଲାଗି ରହିଛି ବିବାଦ । ବିବାଦ ତୁଟିବାରେ ନାଁ ନେଉଁନି । ଘରୋଇ ସ୍କୁଲ କର୍ତୃପକ୍ଷ ଓ ଅଭିଭାବକ ମାନଙ୍କ ମଧ୍ୟରେ ଚାଳୁଛି ଶୀତଳ ଯୁଦ୍ଧ! ହରଡ଼ଘଣାରେ ପଡ଼ିଛନ୍ତି କୋମଳମତି ଛାତ୍ରଛାତ୍ରୀ । ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳର ଅଭିଭାବକ ଏହି ଘରୋଇ ଇଂଲିସ ସ୍କୁଲରେ ଦେଖାଦେଉଥିବା ବିଭିନ୍ନ ଅସୁିଧାକୁ ନେଇ ଅନେକଥର ମନ୍ତ୍ରୀ, ଜିଲ୍ଲାପାଳ, ଏଡ଼ିଏମ, ବିିଓ, ଡିଇଓଙ୍କ ବାରଣ୍ଡା ଓ ପ୍ରକୋଷ୍ଠରେ ଏକତ୍ରୀତ ହୋଇ ଧାରଣା ଓ ଆଲୋଚନା କରି ସାରିଛନ୍ତି । ଅଭିଭାବକ ମାନଙ୍କ ସହ ଓଡ଼ିଶା ଅଭିଭାବକ ମହାସଂଘର କର୍ମକର୍ତା ମାନେ ଇଂଲିସ ସ୍କୁଲରଏହି ମନମାନିକୁ ନେଇ ଜାରି ରଖିଛନ୍ତି ଦୁର୍ବାର ଆନ୍ଦୋଳନ । ତଥାପି ଏଯ୍ଧଶ କୌଣସି ସ୍ଥାୟୀ ପ୍ରତିକାର କରୁନି ପ୍ରଶାସନ! ଏହାକୁ ନେଇ ଚିନ୍ତିତ ଓ ମର୍ମାହତ ହୋଇ ପଡ଼ିଛନ୍ତି ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳର ଅଭିଭାବକ । ସେପଟେ ଓଡ଼ିଶା ଅଭିଭାବକ ମହାସଂଘ ଏହି ଘରୋଇ ଇଂଲିସ ମିଡିୟମ ସକ୍‌ୁଲ ବିରୋଧରେ ଫୁଙ୍କିଛି ଶଂଖଂନାଦ ! ଯାହାର ଦୁନ୍ଦୁଭି ଶିଳ୍ପ ରାଜଧାନୀ ରାଉରକେଲା ଠାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଶୁଭିଲାଣି । ଏହି ଘରୋଇ ଇଂଲିସ ମିଡ଼ିୟମ ସ୍କୁଲରେ ଚାଲୁଥିବା ଅପାରଗ ମ୍ୟାନେଜମେଂଟ କମିଟି ବଦଳିବାକୁ ଅଭିଭାବକ  ମାନଙ୍କ ପକ୍ଷରୁ ଦାବି ହୋଇଛି । ସମସ୍ତେ  ଅନାଇ ବସିଛନ୍ତି ଏହି ସ୍କୁଲରେ ବହୁ ଦିନରୁ ରହିଥିବା କେ( K    ) କଳା ସାମ୍ରାଜ୍ୟର ଅନ୍ତ ଘଟିବ ?
ପ୍ରକାଶ ଥାଉକି, ଏହି ଘରୋଇ ସ୍କୁଲରେ ଦୀର୍ଘବର୍ଷ  ହେଲା ବିବାଦ ଲାଗି ରହିଛି ବୋଲି ଏହି ସ୍କୁଲରେ ନିଜ ପିଲାଙ୍କୁ ପାଠ ପଢାଉଥିବା ଅଭିଭାବକ ମାନଙ୍କ ମୁହଁରୁ ଶୁଣିବାକୁ ମିଳେ । ଏହି ସ୍କୁଲରେ  ପ୍ରଶାସନର ନିୟମକୁ ଦଳି ବାରମ୍ବାର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ବୃ୍‌ଦ୍ଧି, ଫିସ ନଦେଲେ କ୍ରୀଡ଼ା ଭାଗ ନଦେବା, ସ୍କୁଲ ଫିସ ନଦେଲେ ମନଇଚ୍ଛା ଛାତ୍ରଛାତ୍ରୀଙ୍କୁ ଟିସି ସେବା ଆଦି ଘଟଣାକୁ ଓଡ଼ିଶା ଅଭିଭାବକ ମହାସଂଘର ଆବାହକ ଅମୀୟ କୁମାର ମଲ୍ଲିକ, ରାଉରକେଲା ପେରେଂଟ କୋର୍ଡ଼ିନେସନ କମିଟି ସଂଯୋଜକ ପ୍ରଭାତ ବାରିକ, ଯୋଗେନ୍ଦ୍ର ମହାନ୍ତିଙ୍କ ପକ୍ଷରୁ ଘୋର ଉଦବେଗ ପ୍ରକାଶ କରାଯାଇଛି । ଆଗକୁ ଏହି ଘରୋଇ ସ୍କୁଲର ମନମାନି ବିରୋଧରେ ଆନ୍ଦୋଳନ ପୂର୍ବଭଳି ଚାଲୁ ରହିବ ବୋଲି  ସଂଘ ପକ୍ଷରୁ ଏକ ପ୍ରେସ ବିବୃତିରେ ଜଣାଇ ଦିଆଯାଇଛି ।

Related Posts

About The Author

Add Comment