ରଙ୍ଗର ହୋଲି ବର୍ଷରେ ପଡ଼େ ଗୋଟିଏ ଦିନ: ହେଲେ ୫୩ ନମ୍ବର ଜାତୀୟ ରାଜପଥରେ ରକ୍ତର ହୋଲି ପ୍ରତିଦିନ

Spread the love
  •  
  •  
  •  
  •  
  •  
ଜେନାପୁର/୨୪/୦୩/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ ) ଚଣ୍ଡିଖୋଲ ଡୁବୁରୀ ୫୩ ନମ୍ବର ଜାତୀୟ ରାଜ ପଥ ଯାଜପୁର ଜିଲ୍ଲା ମଧ୍ୟ ଦେଇ ଅନ୍ୟ ଜିଲ୍ଲା କୁ ସଂଯୋଗ କରୁଛି ଏହି ଜିଲ୍ଲା ରେ ଦୁର୍ଘଟଣା ମାନ ଦୈନିକ ଘଟୁଛି ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲ୍ଲା ପ୍ରଶାସନ ନା ପୋଲିସ କାହାର ନିଘା ନାହିଁ । ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡି ଥିଲା ବେଳେ ଛକ ମାନସବୁ ବିପଦ ମାନ ରହିଛି l ଟିକେ ବେହୁସିଆର ହେଲେ ମୃତ୍ୟୁ  ଯେପରି ଅପେକ୍ଷା କରି ରହିଛିl ଦୈନିକ ଛୋଟ ବଡ଼ ଘଟଣା ମାନ ଘଟୁଛି ଦ୍ରୁତ ଯାନବାହାନ ଚାଳନା ଓଭର ଟେକ ରାସ୍ତା ର ଶୋଚନୀୟ ତା ଯୋଗୁ ଦୁର୍ଘଟଣା ର ମୁଖ୍ୟ କାରଣ ସାଜିଛି l ଛକ ମାନଙ୍କ ରେ ଟ୍ରାଫିକ ନିୟଂତ୍ରଣ ର ବ୍ୟବସ୍ତା ନଥିବାରୁ ଦୁର୍ଘଟଣା ର ମୃତ୍ୟୁ ସଂଖ୍ୟା ବୁଦ୍ଧି ପାଉଛି ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଆଜି ଏହି ଜାତୀୟ ରାଜପଥରେ ପୃଥକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ରାଜପଥର ଭଡଙ୍ଗା ଛକ ନିକଟରେ ଟାଟା ଏସିଇ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଟାଟା ଏସିଇ ଡ୍ରାଇଭରର ମୃତ୍ୟୁ ଘଟିଛି।
ମୃତ ଡ୍ରାଇଭରର ପରିଚୟ ମିଳିପାରି ନାହିଁ। ସେହିପରି ଆରୁହା ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସବୁଠୁ ବଡ଼ କଥା ହେଲା ମାନନୀୟ ଜିଲ୍ଲାପାଳ ମହୋଦୟ ଯଦିଓ ବିଭିନ୍ନ ବ୍ଳକ ପଞ୍ଚାୟତ ବୁଲି  ଉନ୍ନତି ଓ ସମସ୍ୟା ମୂଳକ  ଦେଖିପାରୁଛନ୍ତି ତାହାହେଲେ ୫୩ ନମ୍ବର ଜାତୀୟ ରାଜପଥ ରାସ୍ତାର ଅବସ୍ଥା କିପରି ଅଛି ବୁଲି ଦେଖିବା କଣ ତାଙ୍କର କର୍ତ୍ତବ୍ୟ ନୁହେଁ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି । ଚଳିତ ମାସରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦,୬୦,ଜଣ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। କାହିଁକି ଚଣ୍ଡିଖୋଲ ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥରେ ଏମିତି ମୁଣ୍ଡ ପରେ ମୁଣ୍ଡ ଗଡିଚାଲିଛି ପତ୍ନତତ ଓ ପ୍ରଶାସନ ଏହି ରାସ୍ତା ଉପରେ ପରୀକ୍ଷା ନିରୀକ୍ଷଣ କରିବା କଣ ଉଚିତ ନୁହେଁ କି ।ବର୍ଷରେ ଥରେ ରଙ୍ଗର ହୋଲି ପଡିଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ ଡୁବୁରୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରକ୍ତର ହୋଲି ଦେଖିବାକୁ ମିଳୁଛି । କେତେ ମା ଓ ଭଉଣୀ ଙ୍କର ମଥାରୁ ନାରୀର ଭୂଷଣ ଲାଲ ରଙ୍ଗର ସିନ୍ଦୁର ଲିଭୁଛି ତାହାର ହିସାବ କିଏ ସେ ଦେଵ ସାଧାରଣ ନା ଜନତା, ନା N H I କତ୍ତୃପକ୍ଷ ,ନା ଜିଲ୍ଲା ପ୍ରଶାସନ,ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଓ  ସକାଳ ୭ ଟା ଠାରୁ ରାତ୍ର ୧୦ ପର୍ଯ୍ୟନ୍ତ ନୋ ଏଣ୍ଟ୍ରି କରିବାକୁ, ନଚେତ ଗତି ନିୟନ୍ତ୍ରଣ ରୋକିବାକୁ ଜନସାଧରଣରେ ଦାବି ଜୋର ଧରିଛି

Related Posts

About The Author

Add Comment