-
ହୋଇପାରୁନି ପ୍ରକୃତ ସାମ୍ବାଦିକ ଚିହ୍ନଟ
-
କାର୍ଯ୍ୟ କରୁନଥିବା ଲୋକ କାର୍ଡ ଧରି ହେଉଛି ସାମ୍ବାଦିକ, ନେଉଛି ବିମା ଭାଗ
ଭୁବନେଶ୍ୱର (ସନ୍ଧାନ ନିୟୁଜ୍/ମାନସ ରାଉତ) ରାଜ୍ୟ ସରକାର ଆଜି ପ୍ରର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କ ଚିହ୍ନଟ ପକ୍ରିୟା ସଠିକ୍ ଭାବରେ କରିପାରିଲେ ନାହିଁ । ଅନ୍ୟ ରାଜ୍ୟର ବହୁ କାର୍ଯ୍ୟକରୁଥିବା ସାମ୍ବାଦିକଙ୍କ ନାମକୁ ଛାଡି ନାମକୁ ମାତ୍ର କାର୍ଡ ଧରିଥିବା ବହୁ ସାମ୍ବାଦିକଙ୍କ ନାମକୁ ମାତ୍ର ଗୋପବନ୍ଧୁ ବିମା ଯୋଜନାରେ ନାମ ପଞ୍ଜିକରଣ କରି ସେମାନଙ୍କ ଭଣ୍ଡାଇଥିବା ନେଇ ଏବେ ବହୁ ସାମ୍ବାଦିକ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ୨୦୦ରୁ ଅଧିକ ପଞ୍ଜିକରଣ ଥିବା ଗଣମାଧ୍ୟମ ସଂସ୍ଥା ରହିଥିବା ବେଳେ ଅନେକ ୱବେ ଚ୍ୟାନେଲ ଏବଂ ବୈଦୁତିକ ଗଣମାଧ୍ୟମ ମଧ୍ୟ ରହିଛି । ଛପା ଗଣମାଧ୍ୟମର ଦୌନିକ ୨୫ଟି ଖବର କାଗଜ ବାହରୁ ଥାଉ ପଛେ ପ୍ରତି ଜିଲ୍ଲାରେ ଅନେକ ବେଆଇନ୍ ଲୋକଙ୍କୁ ଖଣ୍ଡେ ଖଣ୍ଡେ କାର୍ଡ ଧରାଇ ସାମ୍ବାଦିକଙ୍କର ପରିଚୟ କରାଇଦେଇଛି । ପ୍ରତିବଦଳରେ ସେମାନେ ଲୋକଙ୍କ ସମସ୍ୟା ବଦଳରେ ନିଜର ଅର୍ଥନୌତିକ ଲାଳସା ପୁର୍ଣ୍ଣ କରିବାରେ ଲାଗିଥିବା ବେଳେ ଅନେକ ସାମ୍ବାଦିକ ଆଜିବି ସମାଜ ପାଇଁ କାର୍ଯ୍ୟ କରି ସରକାରଙ୍କ ଦ୍ୱାରା ଅବହେଳିତ ହେଉଥିବା ନଜରି ରହିଛି । ତେବେ ପ୍ରତି ଜିଲ୍ଲାରେ ୩୦୦୦ରୁ ଅଧିକ ସାମ୍ବାଦିକ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରକୃତରେ ୫୦୦ରୁ ୭୦୦ଜଣ ସାମ୍ବାଦିକ ଏବଂ ଜନସାଧରଣଙ୍କ ସମସ୍ୟାକୁ ଲୋକଙ୍କ ଦୃଷ୍ଟି ଦେଇ କର୍ମ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ବାସ୍ତବରେ କାର୍ଯ୍ୟ କରୁନଥିବାର ସାମ୍ବାଦିକଙ୍କ ନାମ ପ୍ରତି ଜିଲ୍ଲାରେ କରାଯାଇଥିବା ଏବେ ବିମାର ତାଲିକାରୁ ଜଣପଡୁଛି । ଅନେକ ମୃତ ସାମ୍ବାଦିକ ମଧ୍ୟ ଏଥିରେ ସାମିଲ ରହିଥିବା ନଜରକୁ ଆସିଛି । ମାତ୍ର ଜିଲ୍ଲାରେ ଯେଉଁ ୯ହାଜରରୁ ଅଧିକ ଲୋକଙ୍କ ନାମ ବିମାରେ ରହିଛି ବାସ୍ତବରେ ରାଜ୍ୟରେ ମାତ୍ର ୭୬୨ଜଣଙ୍କୁ କାର୍ଡ ଦେଇ ସରକାର ସାମ୍ବାଦିକଙ୍କ ଦାବିକୁ ଏକରକମ ଠକିବାକୁ ବସିଛି । ରାଜ୍ୟରେ କାର୍ଯ୍ୟରତ ଉକôଳ କାର୍ଯ୍ୟରତ ସାମ୍ବାଦିକ ସଂଘ ବହୁବାର ପ୍ରକୃତ ସମାଜ ପାଇଁ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ନାମ ଚୟନ କରିବା, ସେମାନଙ୍କୁ ପେନସନ ଯୋଗାଇଦେବା ଏବଂ ମାସିକ ଭତା ପ୍ରଦାନ କରିବା ସହିତ କର୍ମକ୍ଷେତ୍ରରେ ଅଧିକ ସୁରକ୍ଷା ସହିତ ସେମାନଙ୍କ ପରିବାରକୁ ଯେଉଁ ସୁରକ୍ଷା ଦେବା ପାଇଁ ଦାବି ଉଠାଇଆସୁଛି ତାହା ପ୍ରତି ସରକାର କେବେବି କର୍ଣ୍ଣ ପାତ କରୁନାହାନ୍ତି । ଏବେ ପ୍ରତି ସାମ୍ବାଦିକଙ୍କ ଜୀବନର ମୂଲ୍ୟକୁ କେବଳ ବିମାରେ ସୀମିତ କରି ନିଜର କାମ ସାରିଦେଉଥିବା ଅଭିଯୋଗ ହେଉଛି । ଏବେ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟି ଅନେକ ୱବେ ନିୟୁଜ୍ ଚ୍ୟାନେଲ ଭଲ ସମାଜ ଉପଯୋଗୀ ଖବର ପ୍ରକାଶ କରୁଥିଲେ ସୁଧା ଏମାନଙ୍କୁ ପଞ୍ଜିକରଣ ନଦେବା ଏବଂ ସେମାନଙ୍କର ପ୍ରତିନିଧି ମାନଙ୍କ ନାମକ ବିମାରେ ଅନ୍ତଭୁକ୍ତ ନକରିବା ମଧ୍ୟ ଏହି କାର୍ଯ୍ୟ ପ୍ରତି ଉପହାସ ସଦୃଶ ହୋଇଛି । ୍େତବେ ସରକାର ତୁରନ୍ତ ପ୍ରକୃତ ସାମ୍ବାଦିକ ଚିହ୍ନଟ କରିବା ଏବଂ ସେମାନଙ୍କ ଉପରୋକ୍ତ ଦାବି କରିବା ଦିଗରେ ପ୍ରଚେଷ୍ଟା କରନ୍ତୁ ବୋଲି ବହୁ ସାମ୍ବାଦିକ ମାନେ ଦାବି କରିଛନ୍ତି । -
share please
ସାମ୍ବାଦିକ ମାନଙ୍କ ଜୀବନ ରକ୍ଷା ବଦଳରେ ସରକାରଙ୍କ ବିମା ଥୋପ
|
June 1, 2018 |