ସାବେରୀ ନଦୀରେ ଭାସିଯାଇ ଯୁବକ ମୁତ୍ୟୁ
ବୈପାରିଗୁଡା,୩/୩ (ସନ୍ଧାନ ନିଉଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ବର ପୀଠରେ ପ୍ରବାହିତ ହେଉଥିବା ସାବେରୀ ନଦୀରେ ଭାସିଯାଇଥିବାର ଜଣାପଡିଛି । ଖବର ନେବାରୁ ଜଣାଡିଛି ଯେ ବୋରିଗୁମ୍ମା ବ୍ଲକର ପର୍ଲି ଗ୍ରାମର ସଦାଶିବ ଅମାନତଙ୍କ ପୁଅ ଗଣେଶ ଅମାନତ (୧୯) ସାବେରୀ ନଦୀରେ ଗୋଡ ଖସିଯିବାରୁ ପାଣିରେ ପଡିଯାଇଥିଲେ । ଖବର ପ୍ରଚାରିତ ହେବା ପରେ ହଳଦିକୁଣ୍ଡ ସରପଞ୍ଚ ବଳରାମ ଖିଲ,ପିଇଓ ,ରାମଗିରି ଫାଣ୍ଡି କର୍ମଚାରୀ,ବୈପାରିଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ,ରାମଗିରି ଯୁବକ ଓ ଗୁପ୍ତେଶ୍ବର ସଂଘମାନେ ଘଟଣା ସ୍ଥଳକୁ ଯାଇ ଖୋଜିବା ପରେ ଯୁବକର ମୁତ୍ୟୁ ଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମୁତ୍ୟୁ ଯୁବକ ଗଣେସ ତାଙ୍କ ସମ୍ଫର୍କୀୟ ଲୋକଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ଗୁପ୍ତେଶ୍ବର ପୀଠର ସାବେରୀ ନଦୀକୁ ଆସିଥିଲେ ବୋଲି ଜଣାପଡିଛି । ରାମଗିରି ଫାଣ୍ଡି ପକ୍ଷରୁ ଏକ ମାମାଲା ରୁଜୁ କରି ତଦନ୍ତ କରୁଥିବାର ଫାଣ୍ଡି ଅଧିକାରୀଙ୍କ ଠାରୁ ଜଣାପଡିଛି ।

ରିପୋର୍ଟ – ସରୋଜ କୁମାର ଲେଙ୍କା । ବୈପାରିଗୁଡା ।
Related Posts
About The Author